ପୋଲାଣ୍ଡ: ସାଧାରଣତଃ ଜନବସତି ନଦୀକୂଳରେ ଗଢି ଉଠିଥାଏ । ହଜାର ହଜାର ବର୍ଷ ପୂର୍ବରୁ ଏହି ଧାରାରେ ଚାଲୁ ରହିଛି ମଣିଷର ଜୀବନଧାରା । କିନ୍ତୁ ପୋଲାଣ୍ଡର ଏକ ଚର୍ଚ୍ଚିତ ଗାଁ ନଦୀକୂଳରେ ନୁହେଁ, ବରଂ ଗଢି ଉଠିଛି ରାସ୍ତା କଡ଼ରେ । ଅର୍ଥାତ୍ ଗାଁ ମଝି ଦେଇ ଯାଇଥିବା ରାସ୍ତାର କେବଳ ଦୁଇ କଡ଼ରେ ସେଠାକାର ବାସିନ୍ଦା ତିଆରି କରିଛନ୍ତି ଘର ।
ସମସ୍ତେ ରାସ୍ତା କଡ଼ରେ ରହିବା ପାଇଁ ଘର ତିଆରି କରୁଥିବାରୁ ଏଠାକାର ପରିବେଶ ନିଆରା । ତାହାସହିତ ଉପରୁ ଦେଖିଲେ ଏହି ଅଞ୍ଚଳ ଖୁବ୍ ଆକର୍ଷଣୀୟ ଦେଖାଯାଏ । ଏମିତି ଏକ ଗାଁ ହେଉଛି ପୋଲାଣ୍ଡର ସୁଲୋସଜୋୱା ଅଞ୍ଚଳ । ଗାଁର ରାସ୍ତାକଡ଼କୁ ବାଦ୍ ଦେଲେ ଯୁଆଡ଼େ ଚାହିଁବ ସବୁଆଡ଼େ କେବଳ କ୍ଷେତ ହିଁ କ୍ଷେତ ନଜରକୁ ଆସିବ ।
ପୋଲାଣ୍ଡରେ ଥିବା ଏହି ଗାଁଟି ଉତ୍ତର-ପଶ୍ଚିମ ଦିଗକୁ ୩୦ କିମି ପର୍ଯ୍ୟନ୍ତ ବ୍ୟାପିଛି । ଏଠାରେ ପାଖାପାଖି ୬ ହଜାର ଜନବସତି । ଗାଁରେ ଲୋକମାନେ ପରସ୍ପର ବହୁତ ପାଖାପାଖି ରହିବାକୁ ପସନ୍ଦ କରୁଥିବାରୁ ଗାଁଟିର ଆକାର ୯ କିମି ପର୍ଯ୍ୟନ୍ତ ଲମ୍ବି ଲମ୍ବି ଚାଲିଛି । ଅର୍ଥାତ୍ ରାସ୍ତାର ଏପଟ ସେପଟ ଦୁଇ ପାର୍ଶ୍ୱରେ ହିଁ ନିଜ ଘର କରି ରହିଛନ୍ତି, ଯାହାକି ଗୋଟିଏ ଡାଳରୁ ବାହାରିଥିବା ଅଙ୍ଗୁର ପେନ୍ଥା ଭଳି ଦୃଶ୍ୟମାନ ହେଉଛି । ଏଥିନିମନ୍ତେ ଗାଁଟି ଅତି ସୁନ୍ଦର ଦେଖାଯାଉଥିବାବେଳେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି ।
Comments are closed.