ୱାଶିଂଟନ: ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ନ୍ୟୁକ୍ଲିୟର ଚୁକ୍ତି ହେବା ପରେ ଉତର କୋରିଆ ଅସନ୍ତୁଷ୍ଟ ହୋଇ ପଡିଛି । ଇତି ମଧ୍ୟରେ ଶନିବାର ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବୃଦ୍ଧ ଓ ଦୁର୍ବଳ ବୋଲି କହି ଥଟ୍ଟା କରିଛନ୍ତି । ଏପରିକି ସେ ଆମେରିକା ପରି ଦେଶର କ୍ଷମତା ଦାୟିତ୍ୱ ପାଇଁ ଅନୁପଯୁକ୍ତ ବୋଲି ମଧ୍ୟ କହିଛନ୍ତି । ଯିଏ ନିଜ କାର୍ଯ୍ୟକାଳ ପୂରଣ କରିବା ନେଇ ସନ୍ଦେହରେ ରହୁଛି ସେ ଦେଶର ସୁରକ୍ଷା କିପରି କରିବ । ୨୬ ଏପ୍ରିଲରେ ବାଇଡେନ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟୋୟେଲଙ୍କ ସହ ସାକ୍ଷାତ କରି ଆଣବିକ ଅସ୍ତ୍ରଶସ୍ତ୍ର ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିଥିଲେ । ସେ କହିଥିଲେ ଉତର କୋରିଆ ଯଦି ପରମାଣୁ ଆକ୍ରମଣ କରିବ ତାହାହେଲେ ତାର ସ୍ଥିତି ହଜିଯିବ ।
ଆମେରିକା ଓ ଦକ୍ଷିଣ କୋରିଆ ଆମ ପ୍ରତି ଆକ୍ରମଣାତ୍ମକ ନୀତି ଅବଲମ୍ବନ କରୁଛନ୍ତି । ଏହାର ସ୍ଥିତି ଭୟଙ୍କର ହେବ ବୋଲି କିମ ୟୋ କହିଛନ୍ତି । ୨୦୨୨ ପରଠାରୁ ଉତର କୋରିଆ ୧୦୦ରୁ ଊର୍ଦ୍ଧ୍ୱ ମିସାଇଲ ପରୀକ୍ଷଣ କରି ସାରିଛି । ଏହା ବ୍ୟତୀତ ଛୋଟ ଛୋଟ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି ଯାହାକି ସହଜରେ ଆମେରିକା ପର୍ଯ୍ୟନ୍ତ ଯାଇପାରିବ । ସେହିପରି ଆମେରିକା, ଦକ୍ଷିଣ କୋରିଆ ଓ ଜାପାନର ମିଲିଟ୍ରି ଆକ୍ସନ ଉପରେ ନଜର ରଖିବା ପାଇଁ ସ୍ପାଇ ସାଟେଲାଇଟ ଲଂଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।
Comments are closed.