Latest Odisha News

BREAKING NEWS

ଭିତରକନିକାରେ ବୃଦ୍ଧି ପାଇଲା କୁମ୍ଭୀର ସଂଖ୍ୟା

ରାଜନଗର: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଅଭୟାରଣ୍ୟରେ ଥିବା କୁମ୍ଭୀରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଚଳିତ ବର୍ଷ କୁମ୍ଭୀର ବସାରୁ ପାଖାପାଖି ୧୦୧ଟି ଅଣ୍ଡା ସଂଗ୍ରହ କରାଯାଇଥିଲାବେଳେ କେବଳ ଗୋଟିଏ ବସାରୁ ପ୍ରାୟ ୫୪ଟି ଅଣ୍ଡା ସଂଗୃହୀତ କରାଯାଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଏହି ଅଣ୍ଡାଗୁଡିକୁ ଅପରିପକ୍ୱ ଅବସ୍ଥାରେ ଭିତରକନିକା ଅଭୟାରଣ୍ୟ ଅନ୍ତର୍ଗତ ଡାଙ୍ଗମାଳସ୍ଥିତ କୃତ୍ରିମ କୁମ୍ଭୀର ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ରଖାଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଉକ୍ତ କୁମ୍ଭୀର ଅଣ୍ଡା ମଧ୍ୟରୁ ପାଖାପାଖି ୪୧ଟି ଅଣ୍ଡାରୁ ଛୁଆ ବାହାରିଛି ।

Leave A Reply

Your email address will not be published.