ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଳି ମନ୍ତବ୍ୟକୁ ନେଇ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀଙ୍କୁ କିଏ କେତେଥର ଗାଳି କରିଛି ସେ କଥା ମୋଦି ମନେ ରଖିଥିବା ବେଳେ ଲିଷ୍ଟ ହୋଇଛି। କିନ୍ତୁ ଲୋକଙ୍କ ସମସ୍ୟା ସଂପର୍କୀତ ଲିଷ୍ଟ ନାହିଁ ବୋଲ କହି କଂଗ୍ରେସ ସମାଲୋଚନା କରିଛି ।
ଲୋକଙ୍କ ପାଖକୁ ଆସି ମୋଦି ନିଜ ସମସ୍ୟା କଥା କହୁଛନ୍ତି କିନ୍ତୁ ଲୋକଙ୍କ ସମସ୍ୟା କାହିଁକି କହୁନାହାନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ କହିଥିବା ବେଳେ ଏବେ ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ସଭାରେ ବର୍ଷିଛନ୍ତି। କର୍ଣ୍ଣାଟକର ତୁରୁଭେକେରେ ଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।
ଏହି ନିର୍ବାଚନ ମୋଦିଙ୍କ ବିଷୟରେ କହିବା ପାଇଁ ନୁହେଁ କର୍ଣ୍ଣାଟକବାସୀଙ୍କ ପାଇଁ ହେଉଛି। ତେଣୁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକବାସୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେପି କିଭଳି ଭୂମିକା ଗ୍ରହଣ କରିଛି ସେ କଥା କହିବା ଉଚିତ ବୋଲି ରାହୁଲ କହିଛନ୍ତି।
ଜଳ ବଣ୍ଟନ ନେଇ ଗୋଆ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ଯେଉଁ ସମସ୍ୟା ରହିଛି ତାର ସମାଧାନ ପାଇଁ ବିଜେପି କିଭଳି ଭୂମିକା ଗ୍ରହଣ କରିଛି ସେ ସମ୍ପର୍କରେ ମୋଦି କହିବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ। ଏପରିକି ରାଜ୍ୟରେ ଦୁର୍ନୀତି ଓ ୪୦ ପ୍ରତିଶତ କମିଶନ ରୋକିବାକୁ ପ୍ରଧାନମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ କହିବାକୁ ରାହୁଲ କହିଛନ୍ତି।
କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିବାକୁ ଆସି କର୍ଣ୍ଣାଟକ କଥା ନ କହି ନିଜ କଥା କହିବାକୁ ନେଇ ମୋଦୀଙ୍କ ଉପରେ ବର୍ଷିଛନ୍ତି ରାହୁଲ। ମୋଦିଙ୍କ ନିର୍ବାଚନୀ ଭାଷଣକୁ ନେଇ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ରାହୁଲ ପିଏମଙ୍କ ଉପରେ ଜୋରଦାର ବର୍ଷିଛନ୍ତି।
ସେପଟେ ମୋଦି ଭାଷଣରେ ନିଜ ସମସ୍ୟା କହୁଥିବା କଂଗ୍ରେସ ଅଭିଯୋଗ କରିବା ସହ ଟ୍ୱିଟରରେ କ୍ରାଏ ପିଏମ ପେ ସିଏମ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରିଛି। ଯେଉଁ କ୍ୟାମ୍ପେନକୁ ନେଇ କର୍ଣ୍ଣାଟକରେ ଚର୍ଚ୍ଚା ଜୋର।
ଏହି କ୍ୟାମ୍ପେନ ବ୍ୟାପକ ଭାବେ ଚାଲିବା ପରେ ବିଜେପି ଏହାର ଜବାବ ରଖିଛି। ମୋଦି ନୁହଁନ୍ତି ବରଂ କଂଗ୍ରେସ କାନ୍ଦୁଛି ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ଏହି ପ୍ରସଙ୍ଗକୁ ନେଇ କର୍ଣ୍ଣାଟକ ଲଢେଇ ତୀବ୍ର ହୋଇଛି।
Comments are closed.