Latest Odisha News

ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଉଦ୍ଧବଙ୍କୁ ଭେଟିଲେ ପାଓ୍ୱାର, କିଏ ହେବେ ଦଳର ନୂଆ ଅଧ୍ୟକ୍ଷ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ରରେ ରାଜନୀରେ ବଡ ହଲଚଲ ଦେଖିବାକୁ ମିିିଳିଛି। ଏହି ରାଜନୈତିକ ହଲଚଲ ଏନସିପି ସଭାପତି ପଦକୁ ନେଇ ରହିଛି। ବରିଷ୍ଠ ନେତା ଶରଦ ପାୱାର ମଙ୍ଗଳବାର ଦଳର ସଭାପତି ପଦ ଛାଡିଛନ୍ତି। ଦଳର ନେତାମାନେ ଶରଦ ପାୱାରଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ପାଓ୍ୱାର ନିଜ ନିଷ୍ପତ୍ତିରେ କାଏମ ରହିଛନ୍ତି। ଏହାପରେ ସେ ମହାବିକାଶ ଅଘାଡି (ଏମଭିଏ)ର ଅନ୍ୟତମ ନେତା ତଥା ମହାରାଷ୍ଚ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି।

ଅନ୍ୟପଟେ ଦଳର ନେତା ଅଜିତ ପାୱାର, ସୁପ୍ରିୟା ସୁଲେଙ୍କୁ ଏହି ପ୍ରସଙ୍ଗରେ କିଛି ନ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଅଜିତ ପାୱାର କହିଛନ୍ତି ଯେ ସେ ସୁପ୍ରିୟା ସୁଲେଙ୍କ ବଡ ଭାଇ। ସେଥିପାଇଁ ସେ ତାଙ୍କୁ ଏହି ବିଷୟରେ କିଛି ନକହିବାକୁ ପରାମର୍ଶ ଦେଇଥିବା କହିଛନ୍ତି।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ ଶରଦ ପାୱାର ଇସ୍ତଫା ଦେବାର କାରଣ ନିଜେ ଜାଣନ୍ତି ନାହିଁ। ସେ ଜଣେ ବରିଷ୍ଠ ନେତା, ତାଙ୍କର ବହୁତ କମ ସମସାମୟିକ ନେତା ଅଛନ୍ତି ଯେଉଁମାନେ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଅଛନ୍ତି। ତଥାପି ସେ ରାଜନୀତିରେ ସକ୍ରିୟ ଅଛନ୍ତି କିନ୍ତୁ କେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି ତାହା କହିବା କଷ୍ଟକର।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ପାୱାରଙ୍କ ନିଷ୍ପତ୍ତି ଏନସିପିର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସେ ଜଣେ ବରିଷ୍ଠ ନେତା ଏବଂ ସେ ଏପରି କିଛି ନିଷ୍ପତ୍ତି ନେଇଛନ୍ତି। ଯାହା ବାବଦରେ ସେ ଅନେକ ଥର ଚିନ୍ତା କରିଥିବେ। ତେଣୁ ଏହା ଉପରେ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ ବୋଲି କହିଛନ୍ତି।

ଏନସିପି ସଭାପତି ଶରଦ ପାୱାରଙ୍କୁ ବର୍ତ୍ତମାନ ୮୨ ବର୍ଷ ହୋଇଛି। ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ଶରଦ ପାୱାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ କେନ୍ଦ୍ର ଏବଂ ମହାରାଷ୍ଟ୍ରର ରାଜନୀତିରେ ଦୀର୍ଘ ରାଜନୈତିକ ଇନିଂସ ଖେଳିଛନ୍ତି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ କେନ୍ଦ୍ରରେ ଅନେକ ମନ୍ତ୍ରୀ ପଦ ମଧ୍ୟ ରହିଛନ୍ତି।

ଏନସିପି ନେତା ଶରଦ ପାୱାର ମଙ୍ଗଳବାର ଦଳର ସଭାପତି ପଦରୁ ଇସ୍ତଫା ଘୋଷଣା କରିା ପରେ ଏବେ କିଏ ନୂଆ ସଭାପତି ହେବ ଦଳର ସେ ନେଇ ଚର୍ଚ୍ଚା ବଢ଼ିଛି।

ଦେଶର ରାଜନୀତିରେ ଅଜାତଶତ୍ରୁ ରହିଥିବା ଏହି ନେତା ନିକଟରେ କହିଥିଲେ, ସାଧାରଣ ନିର୍ବାଚନ ବେଳକୁ ଏମଭିଏରେ ରହି ନିର୍ବାଚନ ଲଢିବାକୁ ଇଛା କିନ୍ତୁ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ। ଏହାପରେ ହଠାତ୍ ପାଓ୍ୱାର ଦଳର ସଭାପତି ପଦରୁ ଇସ୍ତଫା ଦେବା ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ଜୋରଧରିଛି।

Comments are closed.