କୋଲକତା : ନିଜ ପାଇଁ ଜୀବନସାଥୀ ଦେଖିବାକୁ ଯାଇଥିଲେ ଝିଅ ଘରକୁ । ହେଲେ ଝିଅ ବଦଳରେ ପସନ୍ଦ କରିବସିଲେ ମାଆକୁ । କେବଳ ସେତିକି ନୁହେଁ ଝିଅର ମାଆକୁ ନେଇ ଫେରାର ମଧ୍ୟ ହୋଇଗଲେ । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ।
ପଶ୍ଚିମବଙ୍ଗରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମାଲଦାର ଗାଜୋଲ ଥାନା ଅନ୍ତର୍ଗତ ଇଚାହାର ଗାଁର ଜଣେ ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା । ଝିଅ ଦେଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଗଲା । ଧାର୍ଯ୍ୟ ହୋଇଥିବା ଦିନ ପୁଅ ଆସିଲା ଝିଅ ଦେଖିବାକୁ । କିନ୍ତୁ ଝିଅ ପସନ୍ଦ ଆସିଲା ନାହିଁ । ହେଲେ ସେ ଝିଅର ମାଆକୁ ଦେଖି ପାଗଳ ହୋଇଗଲେ । ତାଙ୍କୁ ବିବାହ କରିବାକୁ ମନେ ମନେ ସ୍ଥିର କଲେ । କିଛି ଦିନ ଭିତରେ ଯୁବକ ଜଣକ ମହିଳାଙ୍କୁ ନିଜର କରିବାକୁ ଚେଷ୍ଟା କରି ଭଲ ପାଇ ବସିଲେ । ଶେଷରେ ମହିଳାଙ୍କୁ ନେଇ ଘର ଛାଡ଼ି ପଳାଇଲେ ।
ମହିଳାଙ୍କୁ ଘରେ ନ ପାଇ ପରିବାର ଲୋକେ ବହୁତ ଖୋଜିଲେ । ହେଲେ କେଉଁଠି ବି ତାଙ୍କର ପତ୍ତା ପାଇଲେ ନାହିଁ । ଏନେଇ ମହିଳାଙ୍କ ସ୍ୱାମୀ ସ୍ଥାନୀୟ ଥାନାରେ ଅଭିଯୋଗ କଲେ । ସେ ଅଭିଯୋଗ କରିଥିଲେ ଯେ, ମୋ ସ୍ତ୍ରୀ କେଉଁ ଆଡ଼େ ପଳାଇଛି । ମୁଁ ମୋ ଝିଅ ପାଇଁ ବର ଖୋଜୁଛି । ମାର୍ଚ୍ଚ ୨୫ ତାରିଖରେ ମୋ ଝିଅକୁ ଦେଖିବାକୁ ଜଣେ ଯୁବକ ଘରକୁ ଆସିଥିଲେ । ସେ ମୋ ପତ୍ନୀଙ୍କୁ ନେଇ ଯାଇଛନ୍ତି ବୋଲି ଅଭିଯୋଗ କରିଥିଲେ ।
ମହିଳା ଜଣକ ତାଙ୍କ ତିନି ସନ୍ତାନ ଏବଂ ତାଙ୍କ ସ୍ୱାମୀଙ୍କୁ ଛାଡି ଚାଲିିଯାଇଥିବା ଖବର ଶୁଣି ପଡୋଶୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
Comments are closed.