Latest Odisha News

BREAKING NEWS

ଛତିଶଗଡରେ ବ୍ୟାନ୍ ହେବ କି ବଜରଙ୍ଗ ଦଳ? ମୁଖ୍ୟମନ୍ତ୍ରୀ କହିଲେ…

ରାୟୁପର:  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ରାଜ୍ୟରେ ବଜରଙ୍ଗ ଦଳ ବ୍ୟାନ୍ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଛତିଶଗଡ଼ରେ ଏହାକୁ ବ୍ୟାନ୍ କରିବା ନେଇ ଚିନ୍ତା କରୁଛନ୍ତି ଭୂପେଶ ବଘେଲ ସରକାର। ଏନେଇ ସେ କହିଛନ୍ତି ଯେ ବଜରଙ୍ଗୀମାନେ ଯେଉଁ ଗଡ଼ବଡ଼ କରିଥିଲେ ତାକୁ ଆମେ ଠିକ୍‌ କରିଦେଉଛୁ। ଆବଶ୍ୟକ ପଡ଼ିଲେ ଛତିଶଗଡ଼ରେ ବି ବଜରଙ୍ଗ ଦଳକୁ ବ୍ୟାନ୍ କରାଯିବ। ତେବେ ବର୍ତ୍ତମାନ କର୍ଣ୍ଣାଟକରେ ହେଉଥିବା ସମସ୍ୟା ପାଇଁ ସେଠାରେ ବ୍ୟାନ୍ କରାଯିବା କଥା କୁହାଯାଇଛି ବୋଲି ଭୁପେଶ ବଘେଲ କହିଛନ୍ତି।

ଅନ୍ୟପଟେ ଘଟଣାକୁ ନେଇ କଂଗ୍ରେସ ନେତାମାନଙ୍କୁ ଲଗାତର ଟାର୍ଗେଟ୍ କରିଛି ବିଜେପି। ରାଜସ୍ଥାନ ନେତା ସତୀଶ ପୁନିଆ କହିଛନ୍ତି ଯେ କଂଗ୍ରେସର ଓ ବିଜେପି ମଧ୍ୟରେ ବ୍ୟବଧାନ ହେଲା ବିଜେପି ଦେଶ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ସଂସ୍ଥାକୁ ଆଘାତ ଦିଏ। ହେଲେ କଂଗ୍ରେସ ରାଷ୍ଟ୍ରବାଦ କଥା କହୁଥିବା ସଂସ୍ଥା ଉପରେ ଆକ୍ରମଣ କରେ। ସୂଚନା ଥାଉକି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ବଜରଙ୍ଗ ଦଳକୁ ବ୍ୟାନ୍ କରିବା କଥା କହିଥିଲେ।

ଅନ୍ୟପଟେ  କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ପାଇଁ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୁହାଯାଇଛି ଯେ ଦଳ କ୍ଷମତାକୁ ଆସିଲେ ବଜରଙ୍ଗ ଦଳ ଓ ପିଏଫ୍‌ଆଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ। କାରଣ ଆମେ ସମ୍ବିଧାନରେ ବିଶ୍ୱାସ କରୁ ବୋଲି କଂଗ୍ରେସ କହିଛି।

Comments are closed.