ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ନିଜ ସ୍ୱାର୍ଥ ପାଇଁ ମଣିଷ ହିସାବ କରେ । ଅନ୍ୟ ଜିନିଷର ମୂଲ୍ୟ ଜାଣିବାକୁ ଚେଷ୍ଟା କରେ । ହେଲେ କେବେ ନିଜ ଜୀବନର ମୂଲ୍ୟ ଉପରେ ବିଚାର କରେ ନାହିଁ । ସେ ଜାଣିବାକୁନ ଚେଷ୍ଟା କରେନି ତା’ଜୀବନର ଦାମ୍ କେତେ । ମାନବ ସମାଜ ହେଉଛି ଏକ ସମାଜ ଯେଉଁଠି ମାନବବାଦର ନୀତିର ବିକାଶ ଉପରେ ନିର୍ଭର କରେ । ମାନବବାଦ ହେଉଛି ଏକ ବିଶ୍ୱ ଦୃଷ୍ଟିକୋଣ, ଯାହାର କେନ୍ଦ୍ରରେ ମାନବର ବ୍ୟକ୍ତିତ୍ୱ ହେଉଛି ସର୍ବୋଚ୍ଚ ମୂଲ୍ୟ । ତେଣୁ ମାନବ ସମାଜରେ ସ୍ୱାଧୀନତା, ସୁଖ ହୃଦୟଙ୍ଗମ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର ସମ୍ପୂର୍ଣ୍ଣ ସମାନ ।
ଜଣେ ବ୍ୟକ୍ତି ଭଗବାନ ବୁଦ୍ଧଙ୍କୁ ପଚାରିଲେ: ଜୀବନର ମୂଲ୍ୟ କ’ଣ? ବୁଦ୍ଧ ତାଙ୍କୁ ଏକ ରତ୍ନ ପଥର ଦେଇ କହିଲେ : ଯାଅ ଏହି ପଥରର ମୂଲ୍ୟ କେତେ ବୁଝି ଆସ? କିନ୍ତୁ ପଥରକୁ ବିକ୍ରୟ କରିବ ନାହିଁ । ସେହି ବ୍ୟକ୍ତି ଜଣକ ବଜାରରେ ଏକ କମଳା ବିକୁଥିବା ଲୋକକୁ ଯାଇ ପଚାରିଲା- ଏହାର ମୂଲ୍ୟ କେତେ? ଉଜ୍ଜ୍ୱଳ ପଥରକୁ ଦେଖି କମଳା ବିକୁଥିବା ଲୋକଟି କହିଲା । ବାରଟି କମଳା ବଦଳରେ ମୋତେ ଏହାକୁ ଦିଅ? ଏହା ପରେ ସେ ପନିପରିବା ବିକ୍ରେତାକୁ ପଥରଟିକୁ ଦେଖାଇଲେ । ସେ କହିଲା “ଏକ ଅଖା ଆଳୁ ବଦଳରେ ଏହାକୁ ମୋତେ ଦେଇଦିଅ । ଏହାପରେ ସେ ଏକ ସୁନା ବିକ୍ରେତାଙ୍କୁ ଦେଖାଇଲେ – ସୁନା କାରିଗର ଏହାକୁ ଦୁଇ କୋଟିରେ ମାଗିଲେ । ସେହି ବ୍ୟକ୍ତି ଜଣକ ସୁନାକାରଙ୍କୁ କହିଲେ, ମୋର ଗୁରୁ ଏହାକୁ ବିକ୍ରୟ କରିବାକୁ ମନା କରି ଦେଇଛନ୍ତି । ଏହା ପରେ ଜଣେ ଅଳଙ୍କାର ଦୋକାନୀକୁ ପଥରଟିକୁ ଦେଖାଇଲେ । ସେ ପ୍ରଥମେ ଏକ ନାଲି କପଡାରେ ରଖିଲା । ତା’ପରେ ସେହି ମୂଲ୍ୟବାନ ପଥରକୁ ମୁଣ୍ଡିଆ ମାରିଲା । କହିଲା, “ତୁମେ ଏହି ଅମୂଲ୍ୟ ରତ୍ନ ପଥର କେଉଁଠୁ ପାଇଲ? ସମଗ୍ର ବିଶ୍ୱ ବିକ୍ରୟ କଲେ ମଧ୍ୟ ଏହାର ମୂଲ୍ୟ ହୋଇପାରିବ ନାହିଁ, ଏହା ଅମୂଲ୍ୟ ଅଟେ । ଲୋକଟି ଆଶ୍ଚର୍ଯ୍ୟ ହୋଇ ବୁଦ୍ଧଙ୍କ ନିକଟକୁ ଆସିଲା । ସେ ନିଜକୁ କହିଲା “ବର୍ତ୍ତମାନ ମୋତେ ଆପଣ କୁହନ୍ତୁ- ମାନବ ଜୀବନର ମୂଲ୍ୟ କ’ଣ ?
ବୁଦ୍ଧ କହିଲେ, କମଳା ଦୋକାନୀଟି ଏହାର ମୂଲ୍ୟ ବାରଟି କମଳା ଦେଉଥିଲା । ପରିବା ବିକ୍ରେତାଟି ଏହାର ମୂଲ୍ୟ ଏକ ବସ୍ତା ଆଳୁ ଅଖାରେ ଦେଉଥିଲା । ସୁନାକାର ଶେଷରେ ଦୁଇ କୋଟି କହିଲା । ଅଳଙ୍କାର ଦୋକାନୀ ଏହାକୁ “ମୂଲ୍ୟବାନ’ ବୋଲି କହିଲା । ବର୍ତ୍ତମାନ ମନୁଷ୍ୟର ମୂଲ୍ୟ ମଧ୍ୟ ସେପରି ସମାନ । କାହା ପାଖରେ ବାରଟି କମଳା ତ.. କାହା ପାଖରେ ଅମୂଲ ମୂଲ । ତୁମେ ଅବଶ୍ୟ ହୀରା।
Comments are closed.