Latest Odisha News

BREAKING NEWS

ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିବା ଅଭିଯୋଗ, ପ୍ରେମିକ ଗିରଫ

ବ୍ରହ୍ମପୁର: ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ। ହତ୍ୟାକୁ ଦୁର୍ଘଟଣା ରୂପ ଦେବା ଅଭିଯୋଗରେ ଗିରଫ ହେଲା ପ୍ରେମିକ। ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଞ୍ଚଳର ଯୁବକ ଗିରଫ ହୋଇଛି। ବିବାହ ପାଇଁ କହିବାରୁ ପ୍ରେମିକାକୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଜଣାପଡିଛି। ରାକେଶ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ପୋଲିସ ।

ପ୍ରେମିକା ବିବାହ ପାଇଁ ବାରମ୍ବାର ଦାବି କରିବାରୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ପ୍ରେମିକ । ବୁଲାଇନେବା ବାହାନାରେ ବାଇକରୁ ଠେଲିଦେଇଥିଲା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳର ଅମ୍ବିକା ଯୁକ୍ତ ଦୁଇ ପରେ ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଲାଇଥିଲେ ।

୭ ତାରିଖ ସନ୍ଧ୍ୟାରେ ପ୍ରେମିକ ରାକେଶଙ୍କ ସହିତ ବାଇକରେ ଗୋପାଳପୁର ଯାଇଥିଲେ । ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ ନିକଟରେ ଅମ୍ବିକାଙ୍କୁ ଠେଳି ଦେଇଥିଲା ଅଭିଯୁକ୍ତ । ପରେ ଦୁର୍ଘଟଣା ହୋଇଥିବା କହି ପରିବାରକୁ ଜଣାଇଥିଲା । କିନ୍ତୁ ରାକେଶ କଥାରେ ତାଳମେଳ ନଥିବାରୁ ଥାନାରେ ଅଭିଯୋଗ କରିଥିଲେ ଅମ୍ବିକାଙ୍କ ମାମୁ । ପୋଲିସ ଘଟଣାର ତଦନ୍ତ କରିବା ପରେ ରାକେଶ ଆଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.