Latest Odisha News

BREAKING NEWS

ଚନ୍ଦ୍ରିକା ମୁର୍ମୁ ମୃତ୍ୟୁ ମାମଲା; ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ମୃତକଙ୍କ ମାଆ

ଭୁବନେଶ୍ୱର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ନେଇ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାଣିରେ ବୁଡ଼ି ଅଣନିଶ୍ବାସ ହେବାରୁ ଚନ୍ଦ୍ରିକାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେବେ ପୋଷ୍ଟ ମର୍ଟମ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ଚନ୍ଦ୍ରିକାଙ୍କ ମାଆ। ପାଣିରେ ବୁଡ଼ି ଝିଅର ମୃତ୍ୟୁ ହେବା ଅସମ୍ଭବ ବୋଲି କହିଲେ ଚନ୍ଦ୍ରିକା ମୁର୍ମୁଙ୍କ ମାଆ। ସେ କହିଲେ, କେବେ ବି ପାଣିରେ ବୁଡ଼ି ହୋଇନଥିବ ମୋ ଝିଅର ମୃତ୍ୟୁ। ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କୁ ହତ୍ୟା କରାଯାଇନଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ନଦୀ ପାଣିରେ ବୁଡ଼ିବା ଅବସ୍ଥାରେ ମୃତଦେହ ମିଳିଥିବାରୁ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମରେ ଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାର କୌଣସି ସତ୍ୟତା ନାହିଁ। କାରଣ ହତ୍ୟା କରାଯାଇଥିବା ନେଇ ପୋଷ୍ଟ ମର୍ଟମ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନାହିଁ। ୪ ତାରିଖରେ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ତଳୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଥିଲା।

ପୋଷ୍ଟ ମର୍ଟମ ରିପୋର୍ଟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଚନ୍ଦ୍ରିକାଙ୍କ ପରିବାର ଲୋକ। ପାଣିରେ ବୁଡିବା ଅସମ୍ଭବ, କାହିଁକି ନା ଯେଉଁ ଜାଗାରୁ ମୃତଦେହ ମିଳିଲା ସେଠାରେ ବହୁତ କମ୍ ପାଣିଥିଲା। ଏତେ ଉଚ୍ଚରୁ ଡେଇଁ ଅଳ୍ପ ପାଣିରେ ବୁଡିବା ଅସମ୍ଭବ। ଚନ୍ଦ୍ରିକାଙ୍କୁ ପାଣିରେ ଜୋର ଜବରଦସ୍ତ ବୁଡାଇ ହତ୍ୟା କରାଯାଇଥାଇପାରେ ନଚେତ୍ ଆଉ କେଉଁଠୁ ଶ୍ୱାସରୁଦ୍ଧ କରି ହତ୍ୟା କରି ଆଣି ସେଠାରେ ଫୋପାଡ଼ି ଦିଆଯାଇଥାଇପାରେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ ।

କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ଓଏଏସ୍ ପ୍ରେମିକ ଭୀମସେନ ପ୍ରସାଦ ଟୁଡ଼ୁ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବାରଙ୍ଗ ଥାନା ପକ୍ଷରୁ ଶ୍ରୀ ଟୁଡ଼ୁଙ୍କ ନାମରେ ମାମଲା ରୁଜୁ ପରେ ସେ ଏହି ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ଅଳ୍ପ ପାଣିରୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର କରିଥିଲା । ଚନ୍ଦ୍ରିକାଙ୍କ ଘର ମୟୂରଭଞ୍ଜ ଓ ସେ ବାଲେଶ୍ୱର ମେଡିକାଲ୍ କଲେଜରେ ଏମ୍ବିବିଏସ୍ ପଢ଼ୁଥିଲେ । ମୃତଦେହ ମିଳିବା ପରେ ଚନ୍ଦ୍ରିକାଙ୍କ ମା’ ହୀରାମଣି ହାଁସଦା ବାରଙ୍ଗ ଥାନାରେ ଏକ ଏତଲା ଦେଇଥିଲେ ।

Leave A Reply

Your email address will not be published.