ମୁମ୍ବାଇ: ନିଜର ଜବରଦସ୍ତ ଅଭିନୟ ପାଇଁ ଅଭିନେତା ଅନୁପମ ଖେର୍ ବେଶ ପରିଚିିତ । ଖୁବ୍ଶୀଘ୍ର ତାଙ୍କର ଏକ ନୂଆ ଫିଲ୍ମ ‘ବିଜୟ ୬୯’ ରିଲିଜ୍ ହେବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଏକ ପୋଷ୍ଟର ରିଲିଜ ହୋଇଯାଇଛି, ଯେଉଁଥିରେ ଅନୁପମ ଖେର ସାଇକେଲ ଚଳାଉଥିବାର ନଜର ଆସିଛନ୍ତି ।
ୟଶ ରାଜ ତାଙ୍କ ଟ୍ୱିଟରରେ ଫିଲ୍ମ ‘ବିଜୟ ୬୯’ ର ପୋଷ୍ଟର ସେୟାର କରିଛନ୍ତି । ସେ କହିଛନ୍ତି, ଏହା ଏକ ମଜାଦାର ଫିଲ୍ମ । ଏହି ଫିଲ୍ମ ୟଶ ରାଜ ଏଣ୍ଟରଟେନମେଣ୍ଟର ତୃତୀୟ ପ୍ରୋଜେକ୍ଟ । ଏଥିରେ ଜଣେ ବ୍ୟକ୍ତି ୬୯ ବର୍ଷ ବୟସରେ ଟ୍ରାୟଏଥଲାନ ପ୍ରତିଯୋଗିତାରେ ଭାଗ ନେବାକୁ ନିଷ୍ପତ୍ତି ନେଇ ବିଜୟ ହେଉଛନ୍ତି । ଏହି ଫିଲ୍ମଟିରେ ଅନୁପମ ଏକ ଭିନ୍ନ ଭୂମିକାରେ ନଜର ଆସିବେ । ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ କରିବ ।
ଏହି ପୋଷ୍ଟରକୁ ମଧ୍ୟ ଅନୁପମ ଖେର ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ମୁଁ ୬୯ ବୟସର ବୃଦ୍ଧା ଭୂମିକାରେ ଅଭିନୟ କରିଥିବାରୁ ଏହାକୁ ନେଇ ଅଧିକ ଉତ୍ସାହିତ ଅଛି । ଏହାକୁ ଅକ୍ଷୟ ରାୟ ନିର୍ଦ୍ଦେଶନା ଦେଇଛନ୍ତି ।
Comments are closed.