Latest Odisha News

BREAKING NEWS

ଟେକ୍ସାସ ଗୁଳିକାଣ୍ଡରେ ମୃତ ୯ ଜଣଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ବିଚାରପତିଙ୍କ ଝିଅ

ନୂଆଦିଲ୍ଲୀ: ନିକଟରେ ଆମେରିକାର ଟେକ୍ସାସରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଐଶ୍ୱର୍ଯ୍ୟା ଥାଟିକୋଣ୍ଡା। ଆମେରିକାରେ ସେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ପୁରୁଷ ବନ୍ଧୁ ମଧ୍ୟ ଆହତ ହୋଇ ମ୍ୟାକକିନେ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଐଶ୍ୱର୍ଯ୍ୟାଙ୍କ ଘର ସରୁନଗର ହାଇଦ୍ରାବାଦରେ ହୋଇଥିବା ବେଳେ ସେ ପରଫେକ୍ଟ ଜେନେରାଲ କଣ୍ଟ୍ରାକ୍ଟର କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ନାରସିରେଡ୍ଡୀ ଜିଲ୍ଲା କୋର୍ଟରେ ବିଚାରପତି ଅଛନ୍ତି।

ଗତ ଶନିବାର ଆମେରିକର ଟେକ୍ସାସରେ ଏହି ଗୁଳିକାଣ୍ଡ ହୋଇଥିଲା। ମୌରିସିଓ ଗାର୍ସିଆ ନାମକ ଜଣେ ୩୩ ବର୍ଷୀୟ ଯୁବକ ଏକ ସପିଂ ମଲ୍‌ରେ ପଶି ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।

Comments are closed.