Latest Odisha News

ଅନୀଲ ଶର୍ମାଙ୍କ ଘୋଷଣା, ଗଦର ୨ ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ରିଲିଜ

ମୁମ୍ବାଇ: ସନୀ ଦେଓଲଙ୍କ ସୁପରହିଟ ଫିଲ୍ମ ଗଦରର ସିକ୍ୱେଲର ରିଲିଜ ତାରିଖରେ କୌଣସି ପରିବର୍ତନ ହେବ ନାହିଁ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଅନୀଲ ଶର୍ମା କହିଛନ୍ତି ଯିଏ ଯେଉଁ ଫିଲ୍ମ ରିଲିଜ କରିବା କଥା କରୁ ମାତ୍ର ଗଦର ୨ରେ କୌଣସି ପରିବର୍ତନ ହେବନି । ଏହା ୧୧ ଅଗଷ୍ଟରେ ରିଲିଜ ହେବ । ଶାହାରୁଖ ଖାଁ ଅଭିନୀତ ଯବାନର ରିଲିଜ ତାରିଖ ଘୁଂଚିବା ପରେ ଗଦର ୨ ନେଇ ସମାନ ଆକଳନ କରାଯାଉଥିଲା । ମାତ୍ର ଅନୀଲଙ୍କ ଘୋଷଣା ପରେ ଏଥିରେ ବିରାମ ଲାଗିଛି । ଅପରପକ୍ଷରେ ଏହି ଦିନ ରଣବୀର କାପୁର, ବବି ଦେଓଲ ଓ ରଶ୍ମିକା ମାନ୍ଦାନା ଅଭିନୀତ ଆନିମଲ ମଧ୍ୟ ରିଲିଜ ହେବ ବୋଲି ସ୍ଥିର ହୋଇଛି ।

ଆନିମଲର ମେକର୍ସ ଏହାର ରିଲିଜ ତାରିଖ ଘୁଂଚାଇବେ କି ନାହିଁ ସ୍ପଷ୍ଟ କରି ନାହାନ୍ତି । ଅନୀଲ କହିଛନ୍ତି ଗଦର ୨ ଆମ ପାଇଁ ଫିଲ୍ମ ନୁହେଁ, ଏକ ଭାବପ୍ରବଣତା । ସନୀ ଦେଓଲ, ଅମୀଷା ପଟେଲ ଓ ଉତ୍କର୍ଷ ଶର୍ମା ଏଥିରେ ଅଭିନୟ କରୁଛନ୍ତି । ସିକ୍ୱେଲରେ ତାରା ଶର୍ମା ଓ ତାଙ୍କ ପତ୍ନୀ ଶାକିନାଙ୍କୁ ନେଇ କାହାଣୀ ଆଗକୁ ବଢ଼ିବ । ଏଥର ମଧ୍ୟ ତାଙ୍କ ପୁଅ ଭୂମିକା ଉତ୍କର୍ଷ କରୁଛନ୍ତି । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଛି ।

Comments are closed.