Latest Odisha News

BREAKING NEWS

ଏକାସାଙ୍ଗରେ ୧୦୦୦ ପ୍ରେମିକଙ୍କ ସହ ଡେଟ୍ କରୁଛନ୍ତି ଯୁବତୀ

ଜର୍ଜିଆ: ଆଜିକାଲି ପ୍ରେମୀଯୁଗଳଙ୍କ ଡ଼େଟ୍ କରିବା ସାଧାରଣ କଥା ହୋଇଗଲାଣି । ହେଲେ ଏବେ ଏମିତି ଏକ ଖବର ଚର୍ଚ୍ଚା ହେଉଛି, ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ୨୩ ବର୍ଷୀୟା ଯୁବତୀ ଏକାସାଙ୍ଗରେ ୧୦୦୦ ପ୍ରେମିକଙ୍କୁ ଡେଟ୍ କରୁଛନ୍ତିି । ଆଉ ସବୁଠୁ ବଡ଼ କଥା, ସେ ଲୋକଙ୍କ ଗର୍ଲଫ୍ରେଣ୍ଡ ହେବା ପାଇଁ ପ୍ରତି ମିନିଟରେ ୧ ଡଲାର ଅର୍ଥାତ୍ ୮୦ ଟଙ୍କା ରୋଜଗାର କରୁଛନ୍ତି ।

କାରିନ୍ ମେଜରୀ ନାମକ ଏହି ଯୁବତୀ ଜଣକ ଜର୍ଜିଆରେ ରୁହନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ନାପଚାଟରେ ତାଙ୍କର ୧.୮ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି । କାରିନ୍ କହିଛନ୍ତି ଯେ, ଏବେ ସେ ଏକାସାଙ୍ଗରେ ୧୦୦୦ ବୟଫ୍ରେଣ୍ଡଙ୍କ ସହ ଡ଼େଟ୍ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ସେ ଦେଖା କରିନାହାନ୍ତି । ତାଙ୍କର ଅନେକ ପ୍ରଶଂସକ ତାଙ୍କ ସହ ରହିବାକୁ ଚାହାଁନ୍ତି, କିନ୍ତୁ ସମସ୍ତଙ୍କ ସହ ରହିବା ସମ୍ଭବ ନୁହେଁ, ତେଣୁ ସେ ଏହି କାର୍ଯ୍ୟକୁ ଏଆଇକୁ ଦେଇଛନ୍ତି ।

ବାସ୍ତବରେ, କାରିନ୍ ନିଜର ଏକ ଏଆଇ କ୍ଲୋନ୍ ସୃଷ୍ଟି କରିଛନ୍ତି । ଏହା ଠିକ୍ କାରିନ୍ ପରି ଦେଖାଯିବା ସହ ତାଙ୍କ ପରି କଥାବାର୍ତ୍ତା କରନ୍ତି । ଏହି ଏଆଇ କ୍ଲୋନ୍ କାରିନ୍‌ଙ୍କ ପରି ମିଠା ମିଠା କଥାବର୍ତ୍ତା କରିଥାଏ । ଅନେକ ବିଷୟ ଉପରେ ଆଲୋଚନା କରେ ଏବଂ ରୋମାନ୍ସର ମଜା ମଧ୍ୟ ଦେଇଥାଏ । ଏଆଇ କ୍ଲୋନ ସହିତ ସମୟ ବିତାଇବା ପାଇଁ କାରିନ ପ୍ରତି ମିନିଟରେ ୮୦ ଟଙ୍କା ଚାର୍ଜ କରୁଛନ୍ତି ।

Comments are closed.