Latest Odisha News

୧୦ ହଜାର ଫୁଟ ଉଚ୍ଚରେ ମେକଅପ୍ ନେଲେ ଯୁବତୀ, ଲୋକେ କରିପାରୁ ନାହାନ୍ତି ବିଶ୍ୱାସ

ସାଧାରଣତଃ ମହିଳାମାନେ ଅଧିକ ମେକ୍‌ଅପ୍ ନେବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ, ଯେତେବେଳେ ସେମାନଙ୍କୁ ଏକ ପାର୍ଟି କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବାକୁ ପଡେ, ସେ ଭଲ ଭାବରେ ମେକ୍‌ଅପ୍ ନେଇଥାନ୍ତି । ମହିଳାମାନେ ଘର ବ୍ୟତୀତ ଷ୍ଟେସନ, ବିମାନବନ୍ଦର,ଅଫିସ ହେଉ ବା ଯେ କୌଣସି ୱାଶରୁମରେ ମେକ୍‌ଅପ୍ ନେଉଥିବା ପ୍ରାୟ ନିଶ୍ଚୟ ଦେଖିଥିବେ । କିନ୍ତୁ ଆପଣ କେବେ ଦେଖିଛନ୍ତି କି କୌଣସି ମହିଳା ଝୁଲୁଥିବା ଅବସ୍ଥାରେ ମେକ୍‌ଅପ୍ ନେବା ? କିନ୍ତୁ ଏବେ ଜଣେ ଯୁବତୀ ୧୦ ହଜାର ଫୁଟ ଉଚ୍ଚରେ ଝୁଲୁଥିବା ଅବସ୍ଥାରେ ମେକଅପ୍ ନେଉଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ମାକେନା ନାଇପ୍ ନାମକ ଜଣେ ଯୁବତୀ ସ୍କାଏଡାଇଭିଂ କରିବାକୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍କାଏଡାଇଭିଂର ଅନେକ ଭିଡିଓ ପୋଷ୍ଟ କରନ୍ତି , ଯାହାକୁ ଲୋକେ ଖୁବ୍ ପସନ୍ଦ କରିବା ସହ ତାଙ୍କ ସାହସକୁ ପ୍ରଂଶସା ବି କରନ୍ତି । ନିକଟରେ ସେ ଏମିତି ଏକ ଭିିଡ଼ିଓ ପୋଷ୍ଟ କରିଛନ୍ତ, ଯାହାଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ମାକେନା ସ୍କାଏଡ଼ାଇଭିଂ କରୁଛନ୍ତି । ୧୦ ହଜାର ଫୁଟ ଉଚ୍ଚରେ ଆକାଶରେ ଉଡ଼ୁଥିବାବେଳେ ନିଜର ମେକଅପ୍ କରୁଥିବା ନଜର ଆସିଛନ୍ତି । ସେ ଅଣ୍ଟାରେ ଏକ ବ୍ୟାଗ ବାନ୍ଧିଛନ୍ତି, ଯେଉଁଥିରେ ସମସ୍ତ ଜିନିଷ ରଖାଯାଇଛି । ସେ ସେହି ଜିନିଷଗୁଡ଼ିକୁ ଗୋଟିଏ ପରେ ଗୋଟିଏ ବାହାର କରି ମୁହଁରେ ଲଗାଉଛନ୍ତି । ମ ଝିରେ ମଝିିରେ ରୁମାଲ ସାହାଯ୍ୟରେ ମୁହଁ ସଫା କରୁଛନ୍ତି । ଯେମିତି ଲାଗୁଛି ସେ ଷ୍ଟଣ୍ଟ କରିବାରେ ବହୁତ ମଜା ନେଉଛନ୍ତି ।

ଏହି ଭିଡିଓ ଦେଖି ଅନେକ ଲୋକ ନିଜର ମତାମତ ଦେଇଛନ୍ତି । ଅନେକ ଲୋକ ଏହାକୁ ବିଶ୍ୱାସ କରିପାରୁ ନ ଥିବାବେଳେ ଆଉ କିଛି ଏହାକୁ ନକଲି ବୋଲି କହୁଛନ୍ତି । ଆଉ ଜଣେ ବ୍ୟକ୍ତି ମଜାଳିଆ ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦି ସବୁ ମେକ୍‌ଅପ୍ ଜିନିଷ ତାଙ୍କ ହାତରୁ ଖସି ପଡ଼ିବ, ତାହାହେଲେ ଏହା ତଳେ କାହା ମୁଣ୍ଡ ଉପରେ ପଡ଼ିଲେ ସେ ନିଶ୍ଚିତ ଭାବେ ମରିଯିବ ।

ବାସ୍ତବରେ ମାକେନା ୧୦ ହଜାର ଉଚ୍ଚ ଫୁଟ ଉଚ୍ଚରେ ଏକ ବ୍ରାଣ୍ଡର ପ୍ରମୋଶନ କରୁଛନ୍ତି । ଯାହାକୁ ସେ ନିଜେ ମେକ୍‌ଅପ୍ ନେଇ ଲୋକଙ୍କୁ ଦେଖାଉଛନ୍ତି ।

Comments are closed.