Latest Odisha News

ମହିଳାଙ୍କ ଜିଭରେ ଚୁଟି: କାରଣ କ’ଣ ଜାଣନ୍ତୁ

ଜାପାନ: ଅଧିକାଂଶ ଲୋକ କୌଣସି ପ୍ରକାର ରୋଗ ହେଲେ, ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଇଥାଆନ୍ତି । ହେଲେ ଏହା ଶରୀର ପାଇଁ ପରବର୍ତ୍ତୀ ସମୟରେ କେତେ କ୍ଷତିକାରଣ ସାଜିଥାଏ, ତାହା କେହି ଜାଣନ୍ତି ନାହିଁ । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଜାପାନରେ ଜଣେ ମହିଳାଙ୍କ ଉପରେ ଜିଭରେ ଚୁଟିଥିବା ଦେଖିବାକୁ ମିଳିଛି । ଏହାର ମୁଖ୍ୟ କାରଣ ଆଣ୍ଟିବାୟୋଟିକ୍‌ର କୁପ୍ରଭାବ

ଜାପାନରେ ରହୁଥିବା ଜଣେ ୬୦ ବର୍ଷୀୟା ମହିଳା ବଟିକା ଖାଇବା ଦ୍ୱାରା ଜିଭ କଳା ପଡ଼ିବା ସହ ମୁହଁରେ କଳାଦାଗ ହୋଇଯାଇଛି । ଏଥିସହ ଜିଭରେ ଚୁଟି ଉଠିଛି । ରିପୋର୍ଟ ମୁତାବକ, ମହିଳାଙ୍କ ଅନ୍ତନଳୀରେ କ୍ୟାନ୍‌ସର ହୋଇଛି । ସେଥିପାଇଁ ସେ ୧୪ ମାସ ଆଗରୁ ତାଙ୍କ ଟ୍ରିଟ୍‌ମେଣ୍ଟ ଆରମ୍ଭ କରିଥିଲେ । କେମୋଥେରାପି ଚାଲିଥିବାବେଳେ ତା’ର ପ୍ରଭାବକୁ କମ୍ କରିବାକୁ ଡାକ୍ତର ତାଙ୍କୁ ମିନୋସାଇକ୍ଲିନ ନାମକ ଏକ ଆଣ୍ଟିବାୟୋଟିକ୍ ଖାଇବାକୁ ଦେଇଥିଲେ ।

ଥରେ ସେ ଜଣ୍ଡିସ୍‌ର ଚିକିତ୍ସା ପାଇଁ ଡ଼ାକ୍ତରଙ୍କ ପାଖକୁ ଯାଇଥିଲେ । ହେଲେ ଡାକ୍ତର ମହିଳାଙ୍କ ମୁହଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ମୁହଁରେ କଳା କଳା ଦାଗ ହେବା ସହ ମୁହଁ ଧୂସର ରଙ୍ଗ ହୋଇଯାଇଛି । ପାଟି ଖୋଲିବାବେଳକୁ ଜିଭ କଳା ପଡି ଛୋଟ ଛୋଟ ଚୁଟି ଉଠିଯାଇଥିଲା । ଏହାର ଲକ୍ଷଣ ପଚାରିବାରୁ ଏହା ଆଣ୍ଟିବାୟୋଟିକ୍‌ର କୁପ୍ରଭାବ ବୋଲି ଜାଣିବାକୁ ପାଇଥିଲେ । ସେଥିପାଇଁ ଡାକ୍ତର ତାଙ୍କ ଔଷଧ ବଦଳାଇ ଦେଇଥିଲେ । ୬ ସପ୍ତାହ ଔଷଧ ଖାଇବା ପରେ ତାଙ୍କ ମୁହଁ ଏବଂ ଜିଭ ଧୀରେ ଧୀରେ ଭଲ ହେବାରେ ଲାଗିଛି ।

Comments are closed.