Latest Odisha News

ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଥମ ରାଉଣ୍ଡରେ ଦୀପାଳି ଆଗୁଆ

ଝାରସୁଗୁଡ଼ା: କିଏ ପିନ୍ଧିବ ବିଜୟ ମୁକୁଟ ? କାହାକୁ ବାଛିବେ ଝାରସୁଗୁଡ଼ାବାସୀ ? ଆଜି ସ୍ପଷ୍ଟ ହେବ ଫଳାଫଳ । ସକାଳ ସାଢେ ୮ଟାରୁ  ଆରମ୍ଭ ହୋଇଯାଇଛି  ଭୋଟ୍ ଗଣତି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଥିବା ଜଣାଯାଇଛି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି ।

ପ୍ରଥମ ରାଉଣ୍ଡରେ ଦୀପାଳିଙ୍କୁ ୫୯୪୪ ଖଣ୍ଡ  ଭୋଟ୍ ମିଳିଥିବା ବେଳେ ଟଙ୍କଧରଙ୍କୁ ମିଳିଛି ୩୨୩୮ଟି ଭୋଟ୍ । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଛି । ପ୍ରାଥମିକ ପର୍ଯ୍ୟାୟରେ  ଝାରସୁଗୁଡ଼ାରେ ବାଲଟ୍ ଭୋଟ ଗଣତି ହୋଇଥିଲା। ପରେ ଆରମ୍ଭ ହୋଇଥିଲା  ଇଭିଏମ କାଉଣ୍ଟିଂ ।

ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି ।  ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ । ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ୨୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହୋଇପାରେ । ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ  ଭୋଟ ଗଣତି କରାଯିବ।  ଯଦି ୨-୩ଟି ବୁଥ ବାକି ରହିଲା ତେବେ ‌ସେଗୁଡ଼ିକ ୧୯ତମ ରାଉଣ୍ଡରେ ଗଣନା କରାଯାବି ବୋଲି ଜିଲ୍ଲାପାଳ କହିଥିଲେ। ଘୋଷଣା ଅନୁସାରେ, ପ୍ରତି ଟେବୁଲରେ ଗୋଟିଏ ଲେଖାଏ ବୁଥ କରି ଗଣତି ଆରମ୍ଭ ଜାରି ରହିଛି।

ସଂଧ୍ୟା ୪ଟାରୁ ୬ଟା ଭିତରେ ଫଳାଫଳ ଆସିବା ନେଇ କହିଛନ୍ତି ସିଇଓ ।  ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଉପସ୍ଥିତ ରହିଛନ୍ତି।

ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଓ ୨୦ ଜଣ କାଉଣ୍ଟିଂ ପର‌୍ୟ୍ୟବେକ୍ଷକ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।

ସୂଚନା ଥାଉକି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ହତ୍ୟା ପରେ ଧାରସୁଗୁଡ଼ା ସିଟ୍ ଖାଲି ପଡ଼ିଥିଲା। ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ମେ ୧୦ ତାରିଖରେ ଏଠାରେ ଉପନିର୍ବାଚନ ହୋଇଥିଲା। ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।

Comments are closed.