ମାଲେସିଆ: କଥାରେ ଅଛି ପ୍ରେମ ହେଉଛି ଅନ୍ଧ । ପ୍ରେମରେ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ସ୍ଥିତି କିଛି ବି ଦେଖାଯାଏ ନାହିଁ । କେବଳ ଭଲ ପାଇବା ହିଁ ଥାଏ । ଏବେ ସେମିତି ଜଣେ ଛାତ୍ରଙ୍କ ପ୍ରେମ କାହାଣୀ ଜାଣିଲେ ଆପଣ ନିଶ୍ଚିତ କହିବେ ଯେ ପ୍ରେମ ପ୍ରକୃତରେ ଅନ୍ଧ । ଛାତ୍ର ଜଣକ ତାଙ୍କଠାରୁ ୨୬ ବର୍ଷ ବଡ଼ ଶିକ୍ଷୟିତ୍ରୀଙ୍କୁ ଭଲ ପାଇ ବିବାହ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।
ମାଲେସିଆରେ ରୁହନ୍ତି ମହମ୍ମଦ ଡାନିଆଲ୍ ଅହମ୍ମଦ ଅଲ୍ଲି । ସେ ନିକଟସ୍ଥ ହାଇସ୍କୁଲରେ ପଢୁଥିଲେ । ସେହି ସ୍କୁଲରେ ଜମିଲା ମୋହ ନାମକ ଜଣେ ଶିକ୍ଷୟିତ୍ରୀ ଥିଲେ । ସ୍କୁଲରେ ପଢାଉଥିବା ସମୟରେ ତାଙ୍କର ପଢା ଶୈଳୀ ଡ଼ାନିଆଲଙ୍କୁ ବହୁତ ଭଲ ଲାଗୁଥିଲା । ଧୀରେ ଧୀରେ ଜମିଲାଙ୍କୁ ପସନ୍ଦ କରିବାକୁ ଲାଗିଲେ । ଡ଼ାନିଆଲ ଯେତେବେଳେ ଉପର କ୍ଲାସକୁ ଗଲେ ଶିକ୍ଷୟିତ୍ରୀ ଜମିଲାଙ୍କୁ କମ୍ ଦେଖିବାକୁ ପାଇଲେ । ଡ଼ାନିଏଲ ମନେ ମନେ ଜମିଲାଙ୍କୁ ଖୋଜୁଥିଲେ । ହେଲେ ସୁଯୋଗ ମିଳୁ ନ ଥିଲା ଦେଖା କରିବାକୁ କି କଥା ହେବାକୁ ।
ଦିନେ ସେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଉଥିବାବେଳେ ଜାମିଲାଙ୍କୁ ବାହାରେ ଭେଟିଲେ । ସେ ତାଙ୍କୁ ନମସ୍କାର କରି ଚାଲିଗଲେ । ସେହିଦିନ ଡ଼ାନିଆଲଙ୍କ ଜନ୍ମଦିନ ଥିବା ଜାଣିବା ପରେ ଏକ ମେସେଜ୍ ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜମିଲା । ଏହି ମେସେଜ ପାଇବା ପରେ ଡ଼ାନିଅଲଙ୍କ ଖୁସି କହିଲେ ନ ସରେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହେଲା । ଜମିଲାଙ୍କୁ ସେ ବହୁତ ଭଲ ପାଆନ୍ତି ବୋଲି ଡ଼ାନିଆଲ କହିଲେ । ଏହା ଶୁଣିବା ପରେ ଜମିଲା ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ତାଙ୍କ ପ୍ରେମ ନିବଦେନକୁ ପ୍ରତ୍ୟାଖ୍ୟାନ କଲେ । ଏହାର କାରଣ ଥିଲା ଉଭୟଙ୍କର ବୟସ ପାର୍ଥକ୍ୟ । ଡ଼ାନିଆଲ ଜାମିଲାଙ୍କଠାରୁ ୨୬ ବର୍ଷ ସାନ ଥିଲେ । କିନ୍ତୁ ଡ଼ାନିଆଲ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ ।
ଜମିଲାଙ୍କ ଘର ଖୋଜି ଖୋଜି ସେଠାରେ ପହଞ୍ôଚଗଲେ ଡ଼ାନିଆଲ । ତାଙ୍କୁ ରାଜି କରାଇବାକୁ ବହୁତ ଚେଷ୍ଟା କଲେ । ଶେଷରେ ଜମିଲା ରାଜି ହୋଇଥିଲେ । ପରେ ଉଭୟଙ୍କ ପରିବାରର ଅନୁମତି ନେଇ ବିବାହ କଲେ । ୨୨ ବର୍ଷୀୟ ଡାନିଆଲ୍ ଓ ୪୮ ବର୍ଷୀୟା ଜମିଲା ମସଜିଦରେ ବିବାହ କଲେ । ଏହି ବିବାହ କାର୍ଯ୍ୟକ୍ରମରେ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଜମିଲା ୨୦୦୭ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ ।
Comments are closed.