ଅଷ୍ଟ୍ରେଲିଆ: ଦୁନିଆରେ ଅଜବ ଜୀବ ଅଛନ୍ତି । ଅନେକ ଜୀବଙ୍କୁ ଦେଖିବେ ଯାହା ଏତେ ଅଦ୍ଭୁତ ଯେ ଆପଣ ସେମାନଙ୍କ ବିଷୟରେ ପୂର୍ବରୁ ଶୁଣି ନ ଥିବେ କି ଜାଣି ନ ଥିବେ । ଏହିପରି ଗୋଟିଏ ପଶୁ ହେଉଛି ହନି ପୋସମ୍ । ଏହା ଦେଖିବାକୁ ଠିକ୍୍ ମୂଷା ପରି । ହେଲେ ଏହା ମୂଷା ନୁହେଁ । ଏହି ଅଦ୍ଭୁତ ଜୀବର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଜୀବ ଫୁଲର ପାଖୁଡ଼ା ଖାଉଥିବା ନଜର ଆସିଛିି । ସାଧାରଣତଃ ଏହିପରି ଜୀବମାନେ ଛୋଟ କୀଟପତଙ୍ଗ କିମ୍ବା ପତ୍ର ପରି ଜିନିଷ ଖାଇଥା’ନ୍ତି । କିନ୍ତୁ ଏହି ଜୀବର ବିଶେଷତ୍ୱ ହେଉଛି ଏହା ଫୁଲ ପାଖୁଡ଼ା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏହି ଜୀବର ନାଁ ହେଉଛି ହନି ପୋସମ୍ । ଏହା ଠିକ୍ ମୂଷା ପରି ଦେଖାଯାଏ । କିନ୍ତୁ ପ୍ରକୃତରେ ଏହା ମୂଷା ନୁହେଁ । ଭିଡିଓରେ କୁହାଯାଇଛି ଯେ ଦୁନିଆର ଏକମାତ୍ର ଏହି ଜୀବ ଯିଏ କେବଳ ଫୁଲ ପାଖୁଡ଼ା ଖାଇ ବଞ୍ଚିଥାଏ । ଏହି ଜୀବ ପଶ୍ଚିମ ଅଷ୍ଟ୍ରେଲିଆରେ ବହୁଳ ଭାବରେ ଦେଖାଯାଏ ।
Comments are closed.