ମୁମ୍ବାଇ: ସୋସିଆଲ ମିଡିଆରେ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଉ କିଛି ଲୋକ ଅଛନ୍ତି, ଯିଏକି ଖୁବ୍ କମ୍ ସମୟରେ ଲୋକପ୍ରିୟତା ପାଇବା ପାଇଁ ଅଦ୍ଭୁତ ଉପାୟ ଆପଣାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇଜଣ ଯୁବକଯୁବତୀ ଖରାରୁ ରକ୍ଷା ପାଇବା ପାଇଁ ଏକ ସ୍କୁଟିରେ ବସି ଉପରେ ପାଣି ଢାଳିଢାଳି ଯାଉଥିବା ଦେଖିବାକୁ ମିଳିଛି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ସ୍କୁଟି ଚଲାଉଥିବା ବେଳେ ତାଙ୍କ ପଛରେ ଜଣେ ଯୁବତୀ ବସିଛନ୍ତି । ଉଭୟ ମଝିରେ ଏକ ବାଲ୍ଟିରେ ପାଣି ରଖିଛନ୍ତି । ସେମାନେ ଏକ ଟ୍ରାଫିକ୍ରେ ଛିଡ଼ା ହୋଇଛନ୍ତି । ଖରାରୁ ରକ୍ଷା ପାଇବା ପାଇଁ ଏହି ଯୁବତୀ ଜଣକ ବାଲ୍ଟିରୁ ପାଣି କାଢି ନିଜ ଉପରେ ଢାଳିବା ସହ ଯୁବକଙ୍କ ଉପରେ ମଧ୍ୟ ଢାଳୁଛନ୍ତି । ପରେ ରାସ୍ତାରେ ଯାଉଥିବା ବେଳେ ଉଭୟ ଉଭୟଙ୍କ ଉପରେ ପାଣି ଢାଳି ଗାଧୋଉଥିବାର ନଜର ଆସିଛନ୍ତି । ସେମାନଙ୍କ ଏପରି କାର୍ଯ୍ୟକଳାପ ଦେଖି ସେହି ରାସ୍ତାରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହେବା ସହ ହସୁଥିବା ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଯୁବକଯୁବତୀ ଏପରି କରିଥିବା ଲୋକେ କହିବା ସହ ଉତ୍ତେଜିତ ହୋଇଥିଲେ । ଏହି ଭିଡ଼ିଓକୁ ଲୋକେ ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରିଛନ୍ତି । ଆଉ ଲେଖିଛନ୍ତି, ବ୍ୟସ୍ତବହୁଳ ମୁମ୍ବାଇର ଉଲ୍ହସନଗର ସେକ୍ଟର -୧୭ ମୁଖ୍ୟରାସ୍ତାରେ ଏହା ଦେଖିବାକୁ ମିଳିଛି । ହେଲମେଟ ପିନ୍ଧିବା ପରିବର୍ତ୍ତେ ଏପରି ହରକତ କରିଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
Comments are closed.