Latest Odisha News

BREAKING NEWS

ଟ୍ୱିନ୍ ସିଟି ପୋଲିସ କମିଶନର୍ ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର୍ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ।

୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମହାନ୍ତି ଏବେ ପୋଲିସ କାରାଗାରର ଅତିରିକ୍ତ ଡ଼ିଜି ଏବଂ ଭୁବନେଶ୍ୱର କରେକ୍ସନାଲ୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିବେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ଭୁବନେଶ୍ୱରରେ ଅପରାଧିକ ରେକର୍ଡ଼ ବ୍ୟୁରୋ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ତୁଲାଉଥିଲେ ।

Comments are closed.