Latest Odisha News

BREAKING NEWS

ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ । ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ପେନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ପାତ୍ରପଡା ସ୍ଥିତ V2 ସପିଙ୍ଗ ମଲରେ ଘଟିଛି ଅଗ୍ନିକାଣ୍ଡ ।

V2 ସପିଙ୍ଗ ମଲ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ଘଟିଥିବା ଅନୁମାନ କରାଯାଉଛି । ପ୍ରଥମେ V2ର କର୍ମଚାରୀ ମାନେ ବେସମେଣ୍ଟରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ଆୟତ୍ତ ନହେବାରୁ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କରିଛନ୍ତି ଷ୍ଟୋର ମ୍ୟାନେଜର  ସତ୍ୟସାଇ ମିଶ୍ର । ସେ କହିଛନ୍ତି ବେସମେଣ୍ଟରେ କିଛି ସାମଗ୍ରୀ ନଥିଲା । ଏହା ନିର୍ମାଣଧୀନ ଥିବାରୁ ଏଠି ଗଛିତ ହୋଇଥିବା ନିର୍ମାଣ ସାମଗ୍ରୀରେ ନିଆଁ ଲାଗିଥିଲା ।

 

Comments are closed.