Latest Odisha News

BREAKING NEWS

ଯୁବକଙ୍କ କଳାକୃତି: ୨୧୦୦୦ ମାଟିକପ୍‌ରେ ତିଆରି କଲେ ମହାରଣା ପ୍ରତାପଙ୍କ ଚିତ୍ର

ଇନ୍ଦୋର: ଦେଶର ସାହସୀ ବୀରପୁତ୍ରମାନଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ଆପଣ ଦେଖିଥିବେ । ଏବେ ଇନ୍ଦୋରର କିଛି ଯୁବକ ସେମାନଙ୍କ କଳାକୃତିର ଏକ ନିଆରା ପ୍ରଦର୍ଶନ କରିଛନ୍ତି । ଏହି ଯୁବକମାନେ ୨୧,୦୦୦ ବ୍ୟବହୃତ ମାଟି କପ୍ ବ୍ୟବହାର କରି ମହାରାଣା ପ୍ରତାପଙ୍କର ସବୁଠାରୁ ବଡ କଳାକୃତି ତିଆରି କରିଛନ୍ତି । ଏହା ଏବେ ସମଗ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇନ୍ଦୋର ସହରର କିଛି ଯୁବକ ଏକାଠି ହୋଇ ନିଜର କଳାକୃତି ପ୍ରଦର୍ଶନ କରିଛନ୍ତି । ସେମାନେ ମହାରାଣା ପ୍ରତାପଙ୍କ ବିରାଟ ଚିତ୍ର ପ୍ରଦର୍ଶନ କରିଛନ୍ତି । ତାହାପୁଣି ମାଟି କପ୍‌ରେ । ଏହା ଦେଖିବାକୁ ଖୁବ୍ ଆକର୍ଷଣୀୟ ମଧ୍ୟ ହୋଇଛି । ଏଠାକାର ଯୁବକମାନେ ବହୁ ଦିନ ପୂର୍ବରୁ ମାଟିକପ ସଂଗ୍ରହ କରିବା ଆରମ୍ଭ କରିଥିଲେ । ଏହାକୁ ସେମାନେ ଇନ୍ଦ୍ରପୁରୀର ଶିବ ମନ୍ଦିର ନିକଟରେ ତିଆରି କରିଛନ୍ତି । ଯାହାର ମୋଟ କ୍ଷେତ୍ର ୧୯୦୦ ବର୍ଗଫୁଟ । ଏହା ଦୁନିଆର ସବୁଠୁ ବଡ଼ ମହାରାଣା ପ୍ରତାପଙ୍କ ଚିତ୍ର ବୋଲି ଯୁବକମାନେ ଦାବି କରିଛନ୍ତି । ଏହାକୁ ଦେଖିବା ପାଇଁ ଆଖପାଖରୁ ବହୁ ଲୋକଙ୍କ ଭିଡ଼ ଜମୁଛି ।

ମୋହିତ ସାଣ୍ଟୋଶ ବର୍ମା କହିଛନ୍ତି ଯେ, ଏହାକୁ ୧୫ ଜଣିଆ ଟିମ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ତିଆରି କରିବାକୁ ପ୍ରାୟ ୧୫ ଘଣ୍ଟା ସମୟ ଲାଗିଥିଲା । ଏଥିରେ ପ୍ରାୟ ୨୧ ହଜାର ମାଟିକପ୍ ବ୍ୟବହାର କରାଯାଇଛି । ଏହି କଳାକୃତି ମେ ୨୪ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ରଖାଯିବ । ପରେ ଏହାକୁ ନଦୀ କୂଳରେ କିମ୍ବା ଘରେ ରଖାଯିବ । ଦିନେ ଆମେ ଦେଖିଲୁ ବିଭିନ୍ନ କଫି କାଫେରେ ମାଟି କପ୍‌ରେ ଲୋକେ କଫି ବା ଚା ପିଇବା ପରେ ଏହି ପାତ୍ରକୁ ଫୋପାଡ଼ି ଦିଆଯାଉଛି । ଏହି ବ୍ୟବହୃତ ପାତ୍ରରେ ଆମେ କିଛି ଭିନ୍ନ କରି ଦେଖାଇବାକୁ ସ୍ଥିର କଲୁ । ଏହାକୁ ସବୁ ସଂଗ୍ରହ କରିବାକୁ ପ୍ରାୟ ପନ୍ଦରରୁ କୋଡ଼ିଏ ଦିନ ଲାଗିଗଲା । ଏହାକୁ ପ୍ରସ୍ତୁତ କରିଥିବା କଳାକାରମାନେ ହେଲେ ପୱନ ନିଶାଦ, ଅଙ୍କିତା ରାଜପୁତ, ଶିବଦୀପ ଚୌଧୁରୀ, ଅନିଲ ଯୋଗୀ, ପୁଣେ ପଟେଲ, ରୋଶନୀ କୁମାରୀ, ବିବେକ ବନସାଲ, ରିମ୍ଜିମ୍ ଭର୍ମା, ଆମିଷା ପଟେଲ ପ୍ରମୁଖ ।

Comments are closed.