Latest Odisha News

BREAKING NEWS

କେବଳ ଭାରତ ନୁହେଁ, ପାକିସ୍ତାନକୁ ବି ହିନ୍ଦୁ ରାଷ୍ଟ୍ର କରିବୁ: ଧୀରେନ୍ଦ୍ର ଶାସ୍ତ୍ରୀ

ସୁରଟ: ବାଗେଶ୍ୱର ଧାମର ମୁଖ୍ୟ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାଇ ପ୍ଲସ୍ ସୁରକ୍ଷା ମିଳିଛି। ହେଲେ ତଥାପି ତାଙ୍କର ବିବାଦୀୟ ବୟାନ ଦେବା ଥମିବାର ନାଁ ନେଉନି। ଏବେ ଭାରତ ଛାଡ଼ି ପାକିସ୍ତାନକୁ ହିନ୍ଦୁ ରାଷ୍ଟ୍ର କରିବା ମନ ବଳାଇଲେଣି। ଗୁଜରାଟ ସୁରତରେ ପ୍ରବଚନ ଦେବାକୁ ଯାଇ ପାକିସ୍ତାନ ବିଷୟରେ ଏଭଳି ଟିପ୍ପଣୀ କରିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ।

ସୂଚନା ଅନୁସାରେ ଧୀରେନ୍ଦ୍ର ଶାସ୍ତ୍ରୀ ଗୁଜରାଟର ବିଭିନ୍ନ ସ୍ଥାନରେ ୧୦ ଦିନ ପର୍ଯ୍ୟନ୍ତ ପ୍ରବଚନ କରିବେ। ସୁରଟରୁ ତାଙ୍କର ଦିବ୍ୟା ଦରବାର ଆରମ୍ଭ ହୋଇଛି। ସୁରଟରେ ଆଜି ତାଙ୍କ ଦରବାରର ଶେଷ ଦିନ ହୋଇଥିବା ବେଳେ ଗତକାଲି ସେ ହିନ୍ଦୁ ରାଷ୍ଟ୍ରକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ “ଯେଉଁଦିନ ଗୁଜରାଟରେ  ହିନ୍ଦୁମାନେ ମଥାରେ ତିଳକ ଲଗାଇ ରାସ୍ତାକୁ ଓହ୍ଲାଇବେ ସେଦିନ ଭାରତ ହିନ୍ଦୁ ରାଷ୍ଟ୍ର ହୋଇଯିବ।”

ତାଙ୍କ କଥା ସେତିକିରେ ସରି ନଥିଲା। ସେ କହିଥିଲେ ଯେ କେବଳ ଭାରତକୁ ନୁହେଁ ଆମେ ପାକିସ୍ତାନକୁ ବି ହିନ୍ଦୁ ରାଷ୍ଟ୍ର କରିବୁ। ପାକିସ୍ତାନ ଅଧିକୃତ କାଶ୍ମୀରକୁ ରାମ ଓ ହିନ୍ଦୁସ୍ତାନର ଆବଶ୍ୟକତା ରହିଛି। ପିଓକେକୁ ପାକିସ୍ତାନ ସମ୍ଭାଳିପାରୁ ନାହିଁ ବୋଲି ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି। ସେହିପରି ୱା କ୍ୟାଟେଗୋରୀ ସୁରକ୍ଷା ନେଇ ମଧ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଜଙ୍ଗଲରେ ଯାଇ ଲୋକଙ୍କ ଗହଣରେ ପ୍ରବଚନ କରୁଛି। ଏଥିପାଇଁ ଷଡ଼ଯନ୍ତ୍ର କରାଯାଉଛି। ସନାତନ ବିରୋଧୀ ଶକ୍ତି ଅନୁଭବ ହେବାରୁ  ସୁରକ୍ଷା ମିଳିଛି ବୋଲି ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି।

Comments are closed.