Latest Odisha News

BREAKING NEWS

ପୁଣି ଜେଜେବାପା ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାନ୍ସ ଗ୍ରୁଫର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଜେଜେବାପା ହୋଇଛନ୍ତି । ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ଏଥର ଶ୍ଲୋକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟଙ୍କର ପୂର୍ବରୁ ୨ ବର୍ଷର ଏକ ପୁଅ ମଧ୍ୟ ଅଛି । ଶିଶୁ କନ୍ୟା ଜନ୍ମ ପରେ ପୁରା ଅମ୍ବାନୀ ପରିବାରରେ ଖୁସି ଖେଳିଯାଇଛି ।

କିଛି ଦିନ ପୂର୍ବରୁ ଶ୍ଲୋକା ଏବଂ ଆକାଶ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ମୁକେଶ ଅମ୍ବାନୀ ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ସ୍କୁଲ ସମୟରୁ ଆକାଶ ଏବଂ ଶ୍ଲୋକା ପରସ୍ପରକୁ ଭଲ ପାଉଥିଲେ । ୨୦୧୮ ମସିହା ମାର୍ଚ୍ଚରେ ଆକାଶ ଏବଂ ଶ୍ଲୋକା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Leave A Reply

Your email address will not be published.