Latest Odisha News

ଫ୍ରେଂଚ ଓପନ ଟେନିସ: ବଲ ଗର୍ଲ ମୁଣ୍ଡରେ ବାଜିଲା ବଲ, ଡିସକ୍ୱାଲିଫାଇ ହେଲେ ମିୟୁ କୋଟା-ଏଲଡିଲା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଲ ଗର୍ଲ ଦେହରେ ବଲ ବାଜିବାରୁ ଜାପାନର ମିୟୁ କୋଟୋ ଓ ତାଙ୍କ ଇଣ୍ଡୋନେସିଆ ଯୋଡି ଏଲଡିଲା ସୁତ୍ୟଜାଦୀଙ୍କୁ ଡିସକ୍ୱାଲିଫାଇଡ କରାଯାଇଛି । କୋଟୋ ଭୁଲରେ ବଲ ଗର୍ଲ ଆଡେ ଶଟ ଖେଳିଥିଲେ । ଏହା ତାଙ୍କ ମୁଣ୍ଡରେ ବାଜିବା ପରେ ବଲଗର୍ଲଜଣଙ୍କ ଯନ୍ତ୍ରଣାରେ କାନ୍ଦିବାକୁ ଲାଗିଥିଲେ । ବିପକ୍ଷ ଟିମ ଚେକ ଗଣରାଜ୍ୟର ବୋଜକୋୱା ଓ ସ୍ପେନର ଟୋର୍ମି ଏହା ପରେ ରେଫରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ରେଫରୀ କୋଟା-ଏଲଡିଲାଙ୍କୁ ଅଯୋଗ୍ୟ ଘୋଷିତ କରିବାରୁ ତାଙ୍କ ବିପକ୍ଷ ଟିମକୁ ବିଜୟୀ ଘୋଷିତ କରାଯାଇଥିଲା ।

କୋଟା-ଏଲଡିଲା ୭-୬, ୧-୩ରେ ଆଗୁଆ ରହିଥିଲେ । ବର୍ଲ ଗର୍ଲଙ୍କୁ କ୍ଷମା ମାଗିବା ସତ୍ୱେ ଏହି ଯୋଡିଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ବଲ ଗର୍ଲଜଣଙ୍କ ୧୫ ମିନିଟ ଧରି କାନ୍ଦିବା ଦେଖିବା ପରେ ଆମେ ବାଧ୍ୟ ହୋଇ ଅଭିଯୋଗ କରିଥିଲୁ ବୋଲି ବୋଜକାୱା କହିଛନ୍ତି । ସୂଚନାଯୋଗ୍ୟ, ସର୍ବିୟାର ନୋଭାକ ଜୋକୋଭିଚ ୧୭ଥର ପାଇଁ ଫ୍ରେଂଚ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

Comments are closed.