ମୁମ୍ବାଇ: ମହାରାଷ୍ଟ୍ରର ଭିୱଣ୍ଡିସ୍ଥିତ ଶାନ୍ତିନଗର ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ବ୍ୟକ୍ତି ଭଗ୍ନାବଶେଷ ତଳେ ଦବି ରହିଥିବା ନେଇ ଜଣାପଡିଛି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
Maharashtra: Rescue operations continue at the building collapse site in Bhiwandi. The incident has claimed lives of 2 people so far. pic.twitter.com/hSLXoVlmn5
— ANI (@ANI) August 24, 2019
ସୁତ୍ରରୁ ପ୍ରକାଶ ଯେ ଏହି କୋଠାର କଲମରେ ଗତକାଲି ବିଳମ୍ବିତ ରାତିରେ ଫାଟ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ କିଛି ଲୋକଘର ଖାଲି କରିଦେଇଥିବା ବେଳେ କୋଠାଟି ଭୁଷୁଡି ପଡିଥିଲା । ଫଳରେ ଭଗ୍ନାବଶେଷ ତଳେ ପାଖାପାଖି ବହୁ ବ୍ୟକ୍ତି ଚାପି ହୋଇଯାଇଥିବା ବେଳେ ଏହି କୋଠାଟି ପାଖାପାଖି ୮ ବର୍ଷର ପୁରୁଣା ହୋଇଥିବା ନେଇ ଜଣାପଡିଛି ।
ଅନ୍ୟପକ୍ଷରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ବିଭାଗ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ କୋଠାଟି ବେଆଇନ ଭାବେ ନିର୍ମାଣ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ଜଣାପଡିଛି ।