ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନରେ ଚାଞ୍ଚଲ୍ୟ। ବଦଖଶାନ ପ୍ରଦେଶର ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଆହତ ହୋଇଥିବା ସୂଚନା ରହିଛି। ବଦଖଶାନ ପ୍ରଦେଶର ରାଜଧାନୀ ଫୈଜାବାଦରେ ଏହି ବିସ୍ଫୋରଣ ଘଟିଛି ବୋଲି ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ମଜୁଦ୍ଦିନ ଅହମ୍ମଦ ସୂଚନା ଦେଇଛନ୍ତି।
ବଦଖଶାନ ପ୍ରଦେଶର ଗଭର୍ଣ୍ଣର ମଲାୱି ନିସାର ଅହମଦ ଅହମଦିଙ୍କୁ ବୋମାମାଡ଼ କରି ହତ୍ୟା କରାଯାଇଥିଲା। ଗୁରୁବାର ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଫୈଜାବାଦର ହେସା-ଇ-ଅୱାଲ ଅଞ୍ଚଳରେ ଥିବା ନବାୱି ମସଜିଦ ଭିତରେ ଏହି ବିସ୍ଫୋରଣ ଘଟିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି।
ରିପୋର୍ଟ ଅନୁଯାୟୀ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଲୋକେ ପ୍ରାର୍ଥନା କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଏହି ପ୍ରାର୍ଥନା ସ୍ଥଳରେ ବାଗଲାନ ପୋଲିସର ପୂର୍ବତନ କମାଣ୍ଡର ସୈଫୁଲ୍ଲା ସାମିମ ମଧ୍ୟ ସାମିଲ ଥିଲେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
Comments are closed.