Latest Odisha News

BREAKING NEWS

୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହେବ କି ନାଁ ସୂଚନା ଦେଲେ ଆର୍‌ବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ପରେ ପ୍ରାୟ ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କ୍‌କୁ ଫେରିଆସିଲାଣି। ବାକି ଟଙ୍କା ଧୀରେ ଧୀରେ ଫେରୁଛି ବୋଲି ଆର୍‌ବିଆଇ ଗଭର୍ଣ୍ଣ ଶକ୍ତିକାନ୍ତ ଦାସ କହିଛନ୍ତି।

ଏହାର ଭିତରେ ୫୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର ନେଇ ଗୁଜବ ଉଠିଲାଣି। ଏମିତିକି ନକଲି ୫୦୦ ଟଙ୍କିଆ ନୋଟ୍ର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ବି ହେଉଛି। ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ଦେଶରେ ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ ନାହିଁ କି ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ ହେବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି କୌଣସି ଯୋଜନା ନାହିଁ ବୋଲି ଗଭର୍ଣ୍ଣର କହିଛନ୍ତି।

ଏପଟେ ସୋସିଆଲ୍ ମିଡିଆରେ ନକଲି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ଫଟୋ ଭାଇରାଲ୍ ହେବାରେ ଲାଗିଛି। ୩୫୦, ୨, ଓ ୫ ଟଙ୍କିଆର ନକଲି ନୋଟ ମଧ୍ୟ ଭାଇରାଲ୍ ହେଉଛି। ତେଣୁ ଏସବୁ ସତ୍ୟ ନୁହେଁ ବରଂ ଗୁଜବ ବୋଲି ଆର୍‌ବିଆଇ କହିବାକୁ ଚାହିଁଛି।

ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି “ ଆର୍‌ବିଆଇ ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ କିମ୍ବା ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିବାକୁ କଥା ଚିନ୍ତା କରିନି। ତେଣୁ ଆଗୁଆ ଆକଳନ ନ କରିବାକୁ ଜନତାଙ୍କୁ ଅନୁରୋଧ।” ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟ ଦୁଇ ମାସିକ ଆର୍ଥିକ ନୀତିର ଅନାବରଣ ବେଳେ ସାମ୍ବାଦିକ ସମ୍ମିଳନୀର ଏପରି ଏହି ସୂଚନା ଦେଇଛନ୍ତି ଆର୍‌ବିଆଇ ଗଭର୍ଣ୍ଣର।

ସେହିପରି ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ସମ୍ପର୍କରେ ସୂଚନା ଦେଇ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରି ଆସିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧.୨୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ହୋଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.