Latest Odisha News

୮ ବର୍ଷ ବାଳକର କମାଲ: ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ସାଙ୍ଗସାଥୀ ସହ ଖେଳିବା କଥା, ସେହି ବୟସରେ ବିଶ୍ୱ ରେକର୍ଡ଼ କରିବା କମ୍ କଥା ନୁହେଁ । ହରିୟାଣାର ଜଣେ ୮ ବର୍ଷର ବାଳକ ମାତ୍ର ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼ କରି ସମସ୍ତଙ୍କୁ ଚକିତ କରିଛନ୍ତି । କେବଳ ସେତିକି ନୁହେଁ, ସେ ୮ଟି ବିଶ୍ୱ ରେକର୍ଡ଼ କରିବା ସହ ତିନୋଟି ଏସିଆ ରେକର୍ଡ଼ କରିଛନ୍ତି ।

ହରିୟାଣା ସୋନେପାଟର ସେକ୍ଟର ୨୩ରେ ରୁହନ୍ତି ମାର୍ଟିନ ମଲ୍ଲିକ । ବୟସ ମାତ୍ର ୮ ବର୍ଷ । କରୋନା ସମୟରେ ଯେତେବେଳେ ସମସ୍ତେ ଘରେ ରହୁଥିଲେ, ସେତେବେଳେ ମାର୍ଟିନ ସମୟ ନଷ୍ଟ ନ କରି ବାପାଙ୍କ ସାହାଯ୍ୟରେ କିକ୍‌ବକ୍ସିଂ ତାଲିମ ନେଲେ । ସେ ମାତ୍ର ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼ କଲେ । ଏଥିସହିତ ସେ କିକ୍‌ବକ୍ସିଂରେ ୮ଟି ବିଶ୍ୱ ରେକର୍ଡ଼ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । କିକ୍ ବକ୍ସିଂରେ ବିଶ୍ୱ ରେକର୍ଡ କରିବା ପରେ ମାର୍ଟିନଙ୍କୁ ଲଣ୍ଡନ ସଂସଦରେ ସମ୍ମାନିତ କରାଯାଇଥିଲା । ସେହିପରି ମାର୍ଟିନଙ୍କ ପ୍ରତିଭାରେ ଆକୃଷ୍ଟ ହୋଇ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ମଧ୍ୟ ତାଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମାର୍ଟିନ ୮ ଟି ବିଶ୍ୱ ରେକର୍ଡ କରିବା ସହ ତିନୋଟି ଏସିଆ ରେକର୍ଡ ଧରିଛନ୍ତି ।

Comments are closed.