Latest Odisha News

BREAKING NEWS

ପାକିସ୍ତାନ ଖେଳାଳିଙ୍କ ଚାଂଚଲ୍ୟକର ଖୁଲାସା, ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ କରିଛି ବଲ ଟ୍ୟାମ୍ପରିଂ

ଲଣ୍ଡନ: ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଟିମ ଇଣ୍ଡିଆ ବିପଦରେ ପଡିଛି । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବୋଲର ବଲ ଟ୍ୟାମ୍ପିରିଂ କରିଥିବା ପାକିସ୍ତାନର ପୂର୍ବତନ ଖେଳାଳି ବାସିତ ଅଲୀ ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି । ମ୍ୟାଚର ୧୫ତମ ଓଭର ବେଳକୁ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କୁ ଆଉଟ କରିବା ପାଇଁ ସେମାନେ ମୂଖ୍ୟତଃ ଏହି ରଣନୀତି ଆପଣାଇଥିଲେ । ସେ ଏ ସମ୍ପର୍କୀତ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ବାସିତ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ଯେ, ମ୍ୟାଚ ଅଫିସିଆଲ, ବ୍ୟାଟ୍ସମ୍ୟାନ ଓ କମେଂଟେଟର କେହି ଏହି ଟାମ୍ପରିଂକୁ ଦେଖି ପାରି ନ ଥିଲେ ।

୧୮ ତମ ଓଭରରେ ଯେତେବେଳେ ବଲ ବଦଳାଗଲା ସେତେବେଳେ ଅଷ୍ଟ୍ରେଲିଆ ଖେଳାଳିମାନେ ବଲକୁ ରିଭର୍ସ ସୁଇଂ ପାଇଁ ପ୍ରସ୍ତୁତ କରିଥିଲେ । ଭାରତୀୟ ଟିମ ଫାଇନାଲରେ ପ୍ରବେଶ କରିବା ନେଇ ବିିସିସିଆଇ ଏତେ ଖୁସି ହୋଇ ଯାଇଛି ଯେ, ସେମାନଙ୍କୁ ଆଉ କିଛି ଦେଖାଯାଉ ନାହିଁ । କୁକାବୁରା ବଲ ୧୫-୨୦ ଓଭରରେ ରିଭର୍ସ ସୁଇଂ କରିବା ଆରମ୍ଭ କରିବ ନିଶ୍ଚିତ ଭାବେ ସନ୍ଦେହର କଥା ବୋଲି ସେ କହିଛନ୍ତି । ବିସିସିଆଇ କିମ୍ବା ଆଇସିସି ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.