ସ୍ପେନ: ଗୋଟେ ପିଲା ପାଇଁ ତା ମାଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମା ନିଜ ସନ୍ତାନର କେଉଁଟା ଠିକ୍ ଏବଂ କେଉଁଟା ଭୁଲ, ତା ଉପରେ ନଜର ରଖିଥାଏ । କୌଣସି ମା ନିଜ ସନ୍ତାନ ପାଇଁ ଭୁଲ ନିଷ୍ପତ୍ତିି ନେଇପାରିବ ନାହିଁ । କିନ୍ତୁ ଆଜିର ଦୁନିଆରେ ସବୁକିଛି ସମ୍ଭବ । ପୂର୍ବରୁ ପିଲାମାନେ ବାପାମାଆଙ୍କ ସାମ୍ନାରେ ମଦ୍ୟପାନ କିମ୍ବା ସିଗାରେଟ୍ ଖାଇବାକୁ ଭୟ କରୁଥିଲେ । କିନ୍ତୁ ଏବେ ସମୟ ବଦଳିଛି । ଅନେକ ପୁଅ ନିଜ ବାପାଙ୍କ ସହିତ ମଦ ପିଇଥାନ୍ତି । କିନ୍ତୁ ସ୍ପେନ୍ରେ ଜଣେ ମହିଳା ନିଜ ୧୦ ବର୍ଷର ଝିଅକୁ ଏମିତି କିଛି ଉପହାର ଦେଇଛନ୍ତି, ଯାହା ଏବେ ଖୁବ୍ ଚର୍ଚ୍ଚାରେ ରହିଛି ।
ସ୍ପେନରେ ରହୁଥିବା ଜଣେ ମହିଳା ନିଜ ୧୦ ବର୍ଷର ଝିଅର ଜନ୍ମଦିନକୁ ଧୁମ୍ଧାମ୍ରେ ପାଳନ କରିଥିଲେ । ତାଙ୍କୁ ଅନେକ ଦାମି ଉପହାର ଦେଇଥିଲେ । ଏହି ସବୁ ଉପହାର ଭିତରେ ଗୋଟେ ଉପହାର ଏମିତିଥିଲା, ଯାହାକୁ ଦେ୍ଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହିଳା ଜଣକ ଏକ ଆଇଫୋନ୍ ଉପହାର ଦେବା ସହ ବିଭିନ୍ନ ପ୍ରକାରର ସିଗାରେଟ୍ ପ୍ୟାକେଟ ଦେଇଥିବାର ନଜର ଆସିଥିଲେ । ଆଉ ଏହି ଉପହାରକୁ ଦେଖି ଝିଅଟିି ମଧ୍ୟ ବହୁତ ଖୁସି ହୋଇଥିବା ଜଣାଯାଇଛି ।
ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ ବିଭିନ୍ନ ପ୍ରକାର ନକରାତ୍ମକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ । ଧୂମପାନ ବିରୋଧୀ ଆସୋସିଏସନ୍ ମଧ୍ୟ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲା । ଶେଷରେ ମହିଳା ଜଣକ ଏହି ଭିଡ଼ିଓକୁ ଡ଼ିଲିଟ୍ କରିଦେଇଥିଲେ । ତଥାପି ଏହି ଭିଡିଓ ଡିଲିଟ୍ ହେବା ପର୍ଯ୍ୟନ୍ତ ଦୁଇ ଲକ୍ଷ ଲୋକ ଦେଖି ସାରିଛନ୍ତି ।
ସ୍ପେନର ନିୟମ ଅନୁଯାୟୀ, ୧୮ ବର୍ଷରୁ କମ୍ ପିଲାମାନେ ଧୂମପାନ କରିପାରିବେ ନାହିଁ । ସେମାନଙ୍କୁ ତମାଖୁ ବିକ୍ରୟ କରିବା ମଧ୍ୟ ବେଆଇନ ଅଟେ ।
Comments are closed.