Latest Odisha News

କେବଳ ବୃଦ୍ଧଙ୍କୁ ଡେଟ୍ କରନ୍ତି ଯୁବତୀ, ପ୍ରତିବଦଳରେ ରୋଜଗାର କରନ୍ତି କୋଟି କୋଟି ଟଙ୍କା

ଲଣ୍ଡନ: ଏକବିଂଶ ଶତାବ୍ଦୀରେ ଡେଟିଂର ଅର୍ଥ ବହୁତ ବଦଳିଛି । ଦିନ ଗଡିବା ସହିତ ଲୋକମାନଙ୍କର ଚିନ୍ତାଧାରା ବି ବଦଳିଛି । ଏବେ ସେମାନଙ୍କ ପାଇଁ ପ୍ରେମ, ସ୍ନେହର ଅର୍ଥ କିଛି ନାହିିଁ । ଲୋକେ କାଜୁଆଲ୍ ଡେଟିଂକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି । ଆଜିର ସମୟରେ କାଜୁଆଲ୍ ଡେଟିଂ ପାଇଁ ଶାରୀରିକ ନିବିଡ଼ତା ସୃଷ୍ଟି କରିବାର ଏକମାତ୍ର କାରଣ ହୋଇପାରିଛି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ କେବଳ ବୃଦ୍ଧଙ୍କୁ ଡ଼େଟ୍ କରି ଚର୍ଚ୍ଚାକୁ ଆସିଛନ୍ତି ।

ପଶ୍ଚିମ ଲଣ୍ଡନର ଇଲିଙ୍ଗରେ ରୁହନ୍ତି ୨୪ ବର୍ଷୀୟା ଚାର୍ଲୋଟ୍ ଡେଭିସ୍ । ସେ ଜଣେ ସୋସିଆଲ୍ ମିଡିଆ ମାର୍କେଟିଂ କାର୍ଯ୍ୟନିର୍ବାହୀ । ଚାର୍ଲୋଟ ବୟସ୍କ ପୁରୁଷମାନଙ୍କୁ ଡେଟ କରୁଥିବା ନେଇ ଖୁବ୍ ଚର୍ଚ୍ଚାରେ । ସେ ବୃଦ୍ଧଙ୍କ ସହିତ ଡ଼େଟ୍ କରିବା ସହିତ ଅନ୍ୟ ଦେଶଗୁଡ଼ିକ ବୁଲିବାକୁ ଯାଇଥାନ୍ତି । ଶାରୀରିକ ସମ୍ପର୍କ ମଧ୍ୟ ରଖନ୍ତି । ଏହାର ପ୍ରତିବଦଳରେ ସେମାନଙ୍କଠାରୁ ଟଙ୍କା, ଦାମି ଉପହାର ଏବଂ ବିଭିନ୍ନ ସୁବିଧା ନେଇଥାନ୍ତି ଚାର୍ଲୋଟ । ଦିନକୁ ସେ ପ୍ରାୟ ୨୦ ହଜାର ଟଙ୍କା ନେଇଥା’ନ୍ତି ।

ଚାର୍ଲୋଟ ୮ ବର୍ଷ ହେଲାଣି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଛନ୍ତି । ୨୦୨୨ ମସିହାରୁ ସେ ଏପରି କାଜୁଆଲ୍ ଡେଟିଂ କରି ଆସୁଛନ୍ତି । ସେ ଡେଟିଂ ଆପ୍ ମାଧ୍ୟମରେ ପୁଅମାନଙ୍କୁ ଭେଟୁଥିଲେ । ପରେ ସେ ବୃଦ୍ଧଙ୍କ ବିଷୟରେ ଜାଣିବାକୁ ପାଇଲେ । ସେ ଅନୁଭବ କଲେ ଯେ ଏହା ମଧ୍ୟ ଏକ ପ୍ରକାର କାଜୁଆଲ୍ ଡେଟିଂ । ଏହାର ପ୍ରତିବଦଳରେ ଟଙ୍କା ମଧ୍ୟ ପାଇବେ । ସେବେଠାରୁ ସେ କମ ବୟସର ପୁଅଙ୍କୁ ଛାଡ଼ି କେବଳ ବୃଦ୍ଧଙ୍କୁ ଡ଼େଟ୍ କରି ଆସୁଛନ୍ତି ।

ଚାର୍ଲୋଟ୍ କହିଛନ୍ତି ଯେ, ସେ ୬୩ ବର୍ଷର ଜଣେ ବ୍ୟକ୍ତିଙ୍କୁ ଡେଟ୍ କରିଛନ୍ତି । କିଛି ଦିନ ପୂର୍ବରୁ, ସେ ତାଙ୍କଠାରୁ ଟଙ୍କା ନେଇ ପ୍ୟାରିସ ଯାତ୍ରା କରିଥିଲେ । ସାଧାରଣତଃ ବୟସ୍କ ଲୋକମାନେ ବେଶୀ ଦାମି ଉପହାର ଦେଇଥାନ୍ତି । ଚାର୍ଲୋଟ୍ ବିଶ୍ୱାସ କରନ୍ତି ଯେ, କାଜୁଆଲ୍ ଡେଟିଂ ପାଇଁ ମଧ୍ୟବିତ୍ତ ପୁରୁଷମାନେ ବହୁତ ଭଲ । କାରଣ ସେମାନେ ତାଙ୍କର ଖୁବ୍ ଯତ୍ନ ନେଇଥାନ୍ତି । ଇତିମଧ୍ୟରେ ସେ ବହୁ ପୁରୁଷଙ୍କ ସହ ଡ଼େଟ୍ କରିସାରିଲେଣି ।

Comments are closed.