ପାଟନା: ପୁଣି ମାତିଲେ ହାତୀ। ହନ୍ତସନ୍ତ ଚାଷୀ। ଉଜାଡ଼ି ଦେଲେ ଏକର ଏକର ଖାରିଟିଆ ଧାନ ଫସଲ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଆଜି(ଗୁରୁବାର) ୨୨ ଟିକିଆ ହାତୀପଲ ପଶି ଆସିଛନ୍ତି। ହାତୀପଲ ଯେଉଁ ବାଟ ଦେଇ ଆସିଛନ୍ତି ସେଠାରେ ଏକର ଏକର ଖରାଟିଆ ଧାନ ଫସଲ ଚକଟି ନଷ୍ଟ କରିଦେଇଛନ୍ତି।
ବର୍ତ୍ତମାନ ଆମ୍ବ ଓ ପଣସ ପାଚିବାର ସମୟ ଥିବାରୁ ହାତୀମାନେ ଆମ୍ବ ପଣସ ଖାଇବା ଲୋଭରେ ପଶି ଆସି ଧାନଫସଲ ଉପରେ ଦାଉ ସାଧୁଛନ୍ତି। କିଆରି ଭିତରେ ପଶି ସବୁ ଧାନ ଖେତକୁ ମାଡ଼ିମକଚି ନଷ୍ଟ କରିଦେଉଛନ୍ତି। ଫଳରେ ଏକର ଏକର ଧାନଫସଲ ନଷ୍ଟ ହୋଇଯାଇଛି।
ହାତୀ ଭୟରେ ଲୋକ ଘରୁ ପଦାକୁ ଗୋଡ଼ କାଢ଼ୁ ନଥିବା ବେଳେ ବନ ବିଭାଗର କେବଳ ନଜର ରଖିବା ଛଡ଼ା ଉପାୟନ ଶୂନ୍ୟ ହୋଇପଡ଼ିଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ, ହାତୀପଲ ଏବେ ଝାଲିଆ ବେଡା ଜଙ୍ଗଲରେ ଡେରା ପକାଇଛନ୍ତି। ହାତୀପଲଙ୍କ ଗତିପଥ ଉପରେ ବନ ବିଭାଗ ନଜର ରଖିଛି।
Comments are closed.