Latest Odisha News

BREAKING NEWS

ସକାଳୁ ସକାଳୁ ଜଳିଲା ରାଜଧାନୀ; ୮.୩୦ ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର:ସକାଳୁ ସକାଳୁ ଜଳୁଛି ରାଜଧାନୀ । ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ସାରା ଓଡ଼ିଶାବାସୀ । ଆଜି ସକାଳ ସାଢ ୮ଟା ସୁଦ୍ଧା ୬ଟି ସହରରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଛି । ରାଜଧାନୀ ତାପମାତ୍ରା ସକାଳୁ ସକାଳୁ ୩୫.୬ ଡିଗ୍ରୀ ରହିଛି । ଝାରସୁୁୁଗୁଡାରେ ରହିଛି ସର୍ବାଧିକ ତାପମାତ୍ର ।  ଆଜି ସକାଳ ୮.୩୦ ସୁଦ୍ଧା ଝାରସୁଗୁଡାରେ ରେକର୍ଡ ତାପମାତ୍ରା ୩୬.୬ ଡ଼ିଗ୍ରୀ ରହିଛି । ସେହିପରି ସମ୍ବଲପୁରରେ ୩୬.୨ ଡ଼ିଗ୍ରୀ, ହୀରାକୁଦରେ ୩୫.୮ ଡ଼ିଗ୍ରୀ,  ଭୁବନେଶ୍ୱରରେ ୩୫.୬ ଡ଼ିଗ୍ରୀ,  ପୁରୀରେ ୩୪ ଡ଼ିଗ୍ରୀ,  ଚାନ୍ଦବାଲିରେ ୩୪ ଡ଼ିଗ୍ରୀ, କେନ୍ଦୁଝରରେ ୩୩ ଡ଼ିଗ୍ରୀ , ପାରାଦୀପରେ ୩୨.୮ ଡ଼ିଗ୍ରୀ,  ବାଲେଶ୍ୱରରେ ୩୨.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୧.୬ ଡ଼ିଗ୍ରୀ ତାପମାତ୍ରା ରହିଛି । 
ଚିନ୍ତାର ବିଷୟ ହେଉଛି ରଜ ସରିଲାଣି । ବର୍ଷାର ଦେଖା ନାହିଁ । ଅନ୍ୟପକ୍ଷେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଏହି ସମୟ ସୁଦ୍ଧା   ରାଜଧାନୀ ଭୁବନେଶ୍ୱର ତାପମାତ୍ର ୩୪.୨ ଡ଼ିଗ୍ରୀ  ଥିବାବେଳେ ଆଜି ୧ ଡିଗ୍ରୀରୁ ଅଧିକ ବୃଦ୍ଧି ପାଇଛି । ଆଜି ଏହି ସମୟ ସୁଦ୍ଧା ତାପମାତ୍ରା ୩୫.୬ । ତେବେ ଆଦ୍ରତା ଗତକାଲି ତୁଳନାରେ କମିଛି । ଆଜି ସକାଳ ସାଢେ ୮ଟା ସୁଦ୍ଧା ଆଦ୍ରତା ୫୪% ରେକର୍ଡ  କରାଯାଇଛି ।  ଗତକାଲି ଏହି ସମୟରେ ଆଦ୍ରତା ୭୩% ରେକର୍ଡ ହୋଇଥିଲା ।
ଅନ୍ୟପକ୍ଷେ ଆସନ୍ତା ୪ ଦିନ ଯାଏ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୧୭ ତାରିଖରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଥିବା ବେଳେ ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଦ୍ଧା, ନୂଆପଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Comments are closed.