Latest Odisha News

BREAKING NEWS

ଦୁର୍ଘଟଣା ପରେ ଜଳିଗଲା ବାଇକ-ଟ୍ଯାଙ୍କର: ୨ ମୃତ

ରାୟଗଡ଼ା:ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।ଏକ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃ୍ତ୍ୟୁ ଘଟିଛି ।  ଜଣେ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷେ ବାଇକକୁ ଧକ୍କା ଦେବା ପରେ ଉଭୟ ବାଇକ ଓ ଟାଙ୍କର ଜଳି ଯାଇଛି  । ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏହି  ଦୁର୍ଘଟଣା ଘଟିଛି ।

ବାଇ୍‌କ ଆରୋହୀ ରାଫକଣାରୁ ଟିକିରି ଫେରୁଥିଲେ । ଏକ ଟାଙ୍କର ଉତ୍କଳ ଆଲୁମିନା କାରଖାନାରୁ ଆଲୁମିନା ପାଉଡର ବୋଝେଇ କରି ଆସୁଥିବାବେଳେ  ବାଇକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ବାଇକ୍‌ ଆରୋହୀ ଦୁଇ ଜଣଙ୍କର ମୃତ୍ୟ ଘଟିଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,   ବାଇକଟି ପ୍ରାୟ ୨ ଶହ ମିଟର ଘୋଷାଡି  ହୋଇ ଯାଇଥିଲା । ଫଳରେ ବାଇକ ଓ ଟ୍ୟାଙ୍କରରେ ନିଆଁ ଲାଗି ଜଳି ଯାଇଥିଲା।  ମୃତକ ଦୁଇଜଣ ହେଲେ ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗାଁର ମହେଶ୍ୱର ମାଝୀ ଓ ଶଙ୍କରଡା ପଞ୍ଚାୟତ କୁପାଖାଲ ଗାଁର ଓଡିଆ ମାଝୀ । ଅଗ୍ନିଶମ ବିଭାଗ  ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଆହତ ବ୍ୟକ୍ତି ଜଣକ ହେଲେ ଡେଙ୍ଗାଗୁଡା ଗାଁର ସୁରେଶ ମାଝୀ ଓ ତାଙ୍କୁ ଗୁରୁତର ଅବସ୍ଥାରେ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତି କରାଯାଇଛି ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ।  ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି। ଅନ୍ୟପଟେ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବି କରି  ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାୟଗଡ଼ା ଠାରୁ ଟିକିରି ଓ କାଶୀପୁରକୁ ଯାତାୟାତ ଠାପ ହୋଇଯାଇଛି ।

 

Comments are closed.