Latest Odisha News

BREAKING NEWS

ସୁସ୍ଥ ହେଉଛନ୍ତି ଶ୍ରୀଜୀଉ; ଆଜି ବନକଲାଗି ନୀତି

ପୁରୀ:ଆଜି ଚତୁର୍ଦ୍ଦଶୀ ତିଥି । ଅଣସର ଘରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ସେବାସୁଶ୍ରୁଷା ପରେ ସୁସ୍ଥ ହେଉଛନ୍ତି । ଆଜି ହେବ ବନକଲାଗି ନୀତି । ଏହି ବନକଲାଗି ନୀତି ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।

ଦତ୍ତ ମହାପାତ୍ର ସେବକ କଳା, ଧଳା, ନାଲି ପରି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ି ପ୍ରସାଦ, ଦଇତାପତି ଓ ଦତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ପ୍ରସାଦ ଅର୍ପଣ କରିବେ । ଏହା ପରେ ଦତମହାପାତ୍ର ସେବାୟତମାନେ ହିଙ୍ଗୁଳ, ହରତାଳ,କେଶର, କସ୍ତୁରୀ, ଧଳା ଓ କାଳ ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ । ଆସନ୍ତା ୧୯ ତାରିଖ ସୋମବାର ଦିନ ମହାପ୍ରଭୁଙ୍କ ନବଯୌବନ ବେଶ । ତେବେ ନବ ଯୌବନ ବେଶରେ ଶ୍ରଦ୍ଧାଳୁମାନେ ମାତ୍ର ତିନିଘଣ୍ଟା ଦର୍ଶନ ପାଇବେ।

ଅନ୍ୟପକ୍ଷେ ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ତିନି ରଥରେ ପାର୍ଶ୍ୱ ଦେବାଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଦର୍ପଦଳନ ରଥର ଅଖରେ ଫାଟ ସୃଷ୍ଟି ହୋଇଥିବା ଖବର ମିଳିଛି। ମିଳିଥିବା ଖବର ଅନୁସାରେ ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ତେଣୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଫାଟ ସୃଷ୍ଟି ହେବା ଖବର ସାମ୍ନାକୁ ଆସିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି।

Comments are closed.