ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଶ୍ରୀଜିଉ। ଆଉ ଶ୍ରଜିଉଙ୍କ ଦର୍ଶନ ଲାଗି ଲାଗି ରହିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ। ଆଉ ଏହି ଶ୍ରଦ୍ଧାଳୁଙ୍କ ଲାଗି ପୁରୀରେ ନିଶୁଳ୍କ ଆହାର ବ୍ୟବସ୍ଥା କରିଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଟାଟା ମୋଟର୍ସ।
#ଘୋଷଯାତ୍ରା ଉପଲକ୍ଷେ ୫୦,୦୦୦ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଈଁ ନିଶୁଳ୍କ ଆହାର ବ୍ୟବସ୍ଥା କରାଯାଇଛି।
On the occasion of #RathaYatra free food service has been arranged for 50,000 devotees at Malatipatpur bus stand & Talabania temporary bus stand by @CTOdisha in association with @TataMotors. https://t.co/Gtn995dnYv pic.twitter.com/Y2IX16xaKd
— State Transport Authority, Odisha (@STAOdisha) June 20, 2023
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଟାଟା ମୋଟର୍ସର ମିଳିତ ଉଦ୍ୟମରେ ଘୋଷଯାତ୍ରା ଉପଲକ୍ଷେ ୫୦,୦୦୦ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ନିଶୁଳ୍କ ଆହାର ବ୍ୟବସ୍ଥା କରାଯାଇଛି। ତାଳବଣିଆ ଓ ମାଳତୀପାଟପୁର ବସଷ୍ଟାଣ୍ଡରେ ଭକ୍ତଙ୍କ ପାଇଁ ଆଜି ଏହି ଆହାର ବ୍ୟବସ୍ଥା କରାଯାଇଛି। ଦୂରଦୁରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁ ଏଠାକୁ ଯାଇ ନିଶୁଳ୍କ ଭୋଜନ କରିପାରିବେ। ସେପଟେ ରଥଯାତ୍ରା ସମୟରେ ଭକ୍ତମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Comments are closed.