Latest Odisha News

BREAKING NEWS

ବିବାହ ପରେ ଶାରୀରିକ ସମ୍ପର୍କ ନ ରଖିବା ନିଷ୍ଠୁରତା, ଅପରାଧ ନୁହେଁ- ହାଇକୋର୍ଟ

ବେଙ୍ଗାଲୁର:ବିବାହ ପରେ ଶାରାରୀକ ସମ୍ପର୍କକୁ ବିରୋଧ କରିବା ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଏକ ନିଷ୍ଠୁରତା । ମାତ୍ର ଏ ନେଇ  ୪୯୮ଏ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ପାରିବ ନାହିଁ  । ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି   କର୍ଣ୍ଣାଟକ ହାଇକୋର୍ଟ  ।  ଜଣେ ମହିଳା ୨୦୨୦ରେ ତାଙ୍କ ସ୍ୱାମୀ ଓ ଶାଶୂ ଘର ସଦସ୍ୟଙ୍କ ବିରୋଧରେ  ଏକ କ୍ରିମିନାଲ କେଶ ଫାଇଲ କରିଥିଲେ ।

ହେଲେ ତାଙ୍କର ସ୍ୱାମୀ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ତାଙ୍କର ପତ୍ନୀ ପରିବାର ସଦସ୍ୟଙ୍କ ବିରୋଧରେ ଆଇପିସି ସେକ୍ସିନ ୪୯୮ଏ ଏବଂ ଯୌତୁକ ବିରୋଧୀ ଆକ୍ଟ ସେକ୍ସନ ୪ରେ ମାମଲା ରୁଜୁ କରିଥିଲେ । କର୍ଣ୍ଣାଟକ ହାଇକୋର୍ଟ ଜଜ ଏମ.ନାଗପ୍ରସନ୍ନଙ୍କ କହିବା ଅନୁଯାୟୀ, ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ   ଅଭିଯୋଗ  ଥିଲା ଯେ, ସେ ଏକ ନିର୍ଦ୍ଦିଷ୍ଟ ଧର୍ମରେ ବିଶ୍ୱାସ କରନ୍ତି ଏବଂ ସେହି ଧର୍ମ ଅନୁସାରେ ସେ ବିଶ୍ୱାସ କରନ୍ତି ‘ଭଲପାଇବାରେ ଦେହର ଆକର୍ଷଣ ନ ଥାଏ । ବରଂ ପ୍ରେମ ହେଉଛି ଦୁଇଟି ଆତ୍ମାର ଆକର୍ଷଣ ।’

କୋର୍ଟ କହିଥିଲେ ଯେ, ‘ସଂପୃକ୍ତ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ   ଶାରୀରିକ ସମ୍ପର୍କ ରଖନ୍ତି ନାହିଁ । ଏହାକୁ ନିଃସନ୍ଦେହ ଭାବେ ନିଷ୍ଠୁରତା କୁହାଯାଇ ପାରିବ । କାରଣ ଏହା ହିନ୍ଦୁ ବିବାହ ଆଇନର ବିରୋଧ କରୁଛି । ସେ ଏକ ଧର୍ମକୁ ବିଶ୍ୱାସ କରି ଏପରି ସମ୍ପର୍କରୁ ଦୂରେଇ ରହିଛନ୍ତି ।  ହେଲେ   ଏହାକୁ  ଆଇପିସି ଆକ୍ଟରେ ଅପରାଧିକ ମାମଲା ଭାବେ ବିଚାର କରାଯାଇ ପାରିବ ନାହିଁ ।’

ସୂଚନାଥାଉ କି, ଏହି ଦମ୍ପତି ୨୦୧୯ ଡିସେମ୍ବର ୧୮ ତାରିଖରେ ବିବାହ କରିଥିଲେ । ହେଲେ ପତ୍ନୀ ଶାଶୂ ଘରେ ମାତ୍ର ୨୮ ଦିନ ରହିବା ପରେ ବାପଘରକୁ ଫେରି ଆସିଥିଲେ । ୨୦୨୦ ଫବ୍ରୁଆରୀ ୫ ତାରିଖରେ ସେକ୍ସନ ୪୯୮ଏ ଏବଂ ଯୌତୁକ ନିରୋଧୀ ଆକ୍ଟରେ ଏକ ମାମଲା ରୁଜୁ କରିଥିଲେ । ହିନ୍ଦୁ ବିବାହ ଆଇନ ଅନୁସାରେ  ଫ୍ୟାମିଲି କୋର୍ଟରେ ମଧ୍ୟ ଧାରା ୧୨(୧)ରେ ସେ କେସ ଦାଏର କରିଥିଲେ । ହେଲେ ୨୦୨୨  ନଭେମ୍ବର ୧୬ ବିବାହ ରଦ୍ଦ ହେବା ପରେ ପତ୍ନୀ ଏହାକୁ ଅପରାଧିକ ମାମଲାରେ ବିଚାର କରିବା ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କର ପତ୍ନୀ ହାଇକୋର୍ଟକୁ ଯିବା ପରେ କୋର୍ଟ ଏହାକୁ ଅପରାଧିକ ମାମଲା ଭାବେ ବିଚାର କରିବା ପାଇଁ ଅନୁମତି ଦେଇ ନ ଥିଲେ ।

Leave A Reply

Your email address will not be published.