ନୂଆଦିଲ୍ଲୀ: ଭାରତରେ ଏପରି କେତୋଟି ରେଲୱେ ଷ୍ଟସନ ଅଛି ଯେଉଁଠାରେ ଅସମାନ୍ୟ ଗତିବିଧି ଦେଖିବାକୁ ମିଳିଥାଏ । ଏପରିକି ଏହି ଷ୍ଟେସନରେ ଭୂତ ରହିଥାଏ ବୋଲି ଲୋକଙ୍କ ଅନ୍ଧ ବିଶ୍ୱାସ ରହିଛି ।
ବଡୋଗୋ ଷ୍ଟେସନ: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ବଡୋଗୋ ଷ୍ଟେସନ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଷ୍ଟେସନରେ ସନ୍ଧ୍ୟା ପରେ କେହି ରୁହନ୍ତି ନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବ୍ରିଟିଶ ଇଞ୍ଜିନିୟର କର୍ଣ୍ଣଲ ବଡୋଗୋଙ୍କ ଭୂତ ଏଠାରେ ଦେଖିବାକୁ ମିଳିଥାଏ । ସୁଡଙ୍ଗ ଭିତରେ ଏହି ଷ୍ଟେସନକୁ ବଡୋଗୋ ନିର୍ମାଣ କରିଥିଲେ । ମାତ୍ର ପରେ ସେ ଆତ୍ମହତ୍ୟା କରିଥିଲେ ।
ରବୀନ୍ଦ୍ର ସରୋବର ମେଟ୍ରୋ ଷ୍ଟେସନ: ଏହି ମେଟ୍ରୋ ଷ୍ଟେସନକୁ ପାରାଡାଇଜ ଅଫ ସୁଇସାଇଡ କୁହଯାଏ । ଅନେକ ଲୋକ ଏଠାରେ ଆତ୍ମହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ ଏଠାରେ କେହି ରୁହନ୍ତି ନାହିଁ । ଏପରିକି କେତେକଙ୍କ କହିବା ଅନୁସାରେ ରାତିରେ ଭୟଙ୍କର ଶବ୍ଦମାନ ବାହାରିଥାଏ ।
ବେଗୁନକୋଡାର ଷ୍ଟେସନ: ପଶ୍ଚିମବଙ୍ଗର ବେଗୁନକୋଡାର ଷ୍ଟେସନରେ ରାତିରେ ଜଣେ ମହିଳା ଧଳା ଶାଢ଼ୀ ପିନ୍ଧି ଯାଉଥିବା ଦେଖିବାକୁ ମିଳିଥାଏ । ସ୍ଥାନୀୟ ଲୋକଙ୍କ ମତରେ ଏହି ମହିଳାଜଣଙ୍କ ଏଠାରେ ଆତ୍ମହତ୍ୟା କରିଥିଲେ । ସେବେଠାରୁ ତାଙ୍କ ଆତ୍ମା ଏହି ସ୍ଥାନରେ ଘୁରି ବୁଲୁଛି । ୧୨ ବର୍ଷ ଧରି ଏହି ଷ୍ଟେସନ ବନ୍ଦ ରହିବା ପରେ ୨୦୦୯ରେ ପୁନର୍ବାର ଖୋଲା ଯାଇଥିଲା ।
ଡୋମ୍ବିଭିଲି ଷ୍ଟେସନ: ମୁମ୍ବାଇରେ ଡୋମ୍ବିଭିଲି ଷ୍ଟେସନରେ ଭୂତ ରହୁଥିବା ଗୁଜବ ରହିଛି । ଏଠାରେ ରାତିରେ ଜଣେ ମହିଳା ଟ୍ରେନକୁ ଅପେକ୍ଷା କରି ରହିଥାଲ । ଯାହାକି ଲୋକଙ୍କ ମନରେ ଭୟ ସଂଚାର କରିଥାଏ । ଉପରୋକ୍ତ ଷ୍ଟେସନଗୁଡିକ ସ୍ଥାନୀୟ ବାସିନ୍ଦାଙ୍କ ଭ୍ରାନ୍ତ ତଥା ଅନ୍ଧବିଶ୍ୱାସ ଯୋଗୁ ଲୋକଙ୍କ ମନରେ ଭୟ ସୃଷ୍ଟି କରାଇଛି । ପ୍ରକୃତରେ ଏହା ବାସ୍ତବଠାରୁ ବହୁ ଦୂରରେ ବୋଲି ଅନେକ ରେଳ କର୍ମଚାରୀ କହିଛନ୍ତି ।
Comments are closed.