Latest Odisha News

BREAKING NEWS

କେବଳ ସ୍ମାର୍ଟଫୋନ ନୁହେଁ ବରଂ ସ୍ମାର୍ଟଟିଭି, ସ୍ପିକର ମଧ୍ୟ ଚୋରି କରେ ଆପଣଙ୍କ ଗୋପନୀୟ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କ ଘରେ ସ୍ମାର୍ଟ ଟିଭି, ସ୍ମାର୍ଟଫୋନ୍ ଏବଂ  ସ୍ପିକର ଅଛି ତେବେ ହୋଇଯାଆନ୍ତୁ ସାବଧାନ। ଆପଣ ସମସ୍ତେ ଜାଣନ୍ତି ଯେ ସ୍ମାର୍ଟଫୋନ ଗୁଇନ୍ଦା ଭଳି କାମ କରେ। କିନ୍ତୁ ଆଜିକାଲି କେବଳ ସ୍ମାର୍ଟ ଫୋନ୍ ନୁହେଁ ବରଂ ଆପଣଙ୍କର ସ୍ମାର୍ଟ ଟିଭି ଏବଂ ସ୍ପିକର ମଧ୍ୟ ଆପଣଙ୍କ ଉପରେ ନଜର ରଖିଛି। ଯେତେବେଳେ ଆପଣ କୌଣସି ସ୍ମାର୍ଟ ଡିଭାଇସ୍ ବ୍ୟବହାର କରନ୍ତି, ସେତେବେଳେ ଆପଣ ଇଣ୍ଟରନେଟ୍ ସହିତ କନେକ୍ନସନ କରନ୍ତି। ଆଉ ଇଣ୍ଟରନେଟ୍ ସହ ଯେଉଁ ଡିଭାଇସ କନେକ୍ଟେଡ ହୁଏ ସେହି ଡିଭାଇସ ଆମ ଗୋପନୀୟତାକୁ ହ୍ୟାକ୍ କରିବାର ସମ୍ଭାବନା ରହିଛି। ସ୍ମାର୍ଟ ଡିଭାଇସ୍ ଆପଣଙ୍କୁ ସ୍ମାର୍ଟ କରିବା ସହିତ ଆପଣଙ୍କୁ କିପରି ବିପଦରେ ପକାଇଥାଏ ଏବଂ ଆପଣ ଏଥିରୁ କିପରି ବଞ୍ଚିବେ ନେଇ ଆଲୋଚନା କରିବା।

ସ୍ମାର୍ଟ ଟିଭିରେ ବିଲ୍ଟ-ଇନ୍ କ୍ୟାମେରା ଏବଂ ମାଇକ୍ରୋଫୋନ୍ ଆପଣଙ୍କ ସ୍ୱର ଏବଂ ଚେହେରାକୁ ଚିହ୍ନିବା ପାଇଁ ଫିଚର ରହିଛି। ଏହି ଫିଚର ଜରିଆରେ ହ୍ୟାକର୍ମାନେ ସହଜରେ ଆମ ଡିଭାଇସ ଭିତରେ ପ୍ରବେଶ କରିପାରନ୍ତି ଏବଂ ଗୁଇନ୍ଦା କାମ କରନ୍ତି। ସେହିଭଳି, ଆପଣଙ୍କର ସ୍ମାର୍ଟଟିଭି, ଫୋନ୍ ଏବଂ ସ୍ପିକର ମଧ୍ୟ ଆପଣଙ୍କ ଉପରେ ନଜର ରଖେ। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୧୭ରେ ଗୁଗୁଲ ନିଶ୍ଚିତ କରିଛି ଯେ ଏହାର ଗୁଗୁଲ୍ ହୋମ୍ ମିନି ସ୍ମାର୍ଟ ସ୍ପିକରରେ ଏକ ଛୋଟ ଗ୍ଲିଚ୍ ଯୋଗୁଁ ଡିଭାଇସ୍ ବ୍ୟବହାରକାରୀଙ୍କ କଥାବାର୍ତ୍ତାକୁ ରେକର୍ଡ କରେ। ଯଦିଓ କମ୍ପାନୀ ଏକ ସଫ୍ଟୱେର୍ ଅପଡେଟ୍ ସହିତ ବଗ୍ ଠିକ୍ କରିଛି, ଏହା ଗୁଗୁଲ୍ ହୋମ୍ ମିନି ଏବଂ ଏହା ପରି ଅନ୍ୟ ସ୍ମାର୍ଟ ସ୍ପିକରଗୁଡିକର ଗୋପନୀୟତା ପ୍ରତି ବିପଦକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିପାରିବ ନାହିଁ। ଗୁଗୁଲ୍ ହୋମ୍ ଏବଂ ଅନ୍ୟ ସ୍ମାର୍ଟ ସ୍ପିକର ଆପଣଙ୍କ କଥା ଶୁଣେ। ଯେପରିକି “ଓକେ ଗୁଗୁଲ୍”, “ହେ ଗୁଗୁଲ୍”, “ହେ ଆଲେକ୍ସା” ଭଳି ଶବ୍ଦକୁ ସେ କ୍ୟାପଚର କରେ। ଏହି ଏକଟିଭ ୱାର୍ଡ୍ସ ଡିଭାଇସ ପାଇଁ ଟ୍ରିଗର ଭାବରେ କାର୍ଯ୍ୟ କରେ।

ଏଥିରୁ କିପରି ରହିବା ସାବଧାନ-

  • ସ୍ମାର୍ଟ ଟିଭି: ସ୍ମାର୍ଟ ଟିଭିର ସେଟିଙ୍ଗ୍ ଅଲଗା ଏବଂ ପ୍ରତ୍ୟେକ ଟିଭିର ଫିଚର ମଧ୍ୟ ଭିନ୍ନ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସାମସଙ୍ଗ ଟିଭି ବିଷୟରେ କହିବୁ ଯେଉଁଥିରେ ଆପଣ ଏକ ବିକଳ୍ପ ପାଇବେ ଯାହାକୁ ଆପଣ ଡିଆକ୍ଟିଭ କରି ଏହି ବିପଦରୁ ନିଜକୁ ରକ୍ଷା କରିପାରିବେ। ସାମସଙ୍ଗର ସେଟିଂକୁ ଯାଆନ୍ତୁ ଏବଂ ସ୍ମାର୍ଟ ହବ୍ ପଲିସିରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କୁ ଅନେକ ବିକଳ୍ପ ଦେଖାଯିବ, ଏଥିରେ ଆପଣ ସିଙ୍କ୍ ପ୍ଲସ୍ ଏବଂ ମାର୍କେଟିଂର ବିକଳ୍ପ ଦେଖିବେ। ଯଦି ଏହି ବିକଳ୍ପ ସକ୍ଷମ ହୋଇଛି, ତେବେ ତୁରନ୍ତ ଏହାକୁ ଅକ୍ଷମ କରନ୍ତୁ।
  • ସ୍ମାର୍ଟ ଫୋନ୍: ଆପଣଙ୍କ ସ୍ମାର୍ଟଫୋନରେ ପାସକୋଡ୍ ଆଡ କରନ୍ତୁ। ଅପରିଚିତ ବ୍ୟକ୍ତିଙ୍କ ହାତରେ ଆପଣଙ୍କ ଫୋନ୍ ଦେବା ଠାରୁ ଦୂରେଇ ରୁହନ୍ତୁ। ସର୍ବସାଧାରଣ ୱାଇଫାଇ ବ୍ୟବହାର କରନ୍ତୁ ନାହିଁ। କୌଣସି ଆପ୍ ଚଲାଇବା ପୂର୍ବରୁ ଆପଣଙ୍କର କେଉଁ ବିବରଣୀ ବ୍ୟବହାର କରୁଛି ତାହା ଯାଞ୍ଚ କରନ୍ତୁ। ଅନଲାଇନରେ କାହା ସହିତ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ସେୟାର କରନ୍ତୁ ନାହିଁ।
  • ସ୍ମାର୍ଟ ସ୍ପିକର୍ସ: ଆବଶ୍ୟକ ନହେବା ସମୟରେ ଆପଣଙ୍କର ସ୍ପିକରର ମାଇକ୍ରୋଫୋନ୍ ଗୁଡିକୁ ମ୍ୟୁଟ୍ କରନ୍ତୁ। ଏଥିରେ ଆପଣ ଏକ ଫିଜିକାଲ୍ ସୁଇଚ୍ ପାଇବ ଯାହାକୁ ଆପଣ ଆପଣଙ୍କ କମାଣ୍ଡ ସହିତ ଟର୍ନ୍ ଅନ୍ କରିପାରିବ। ସମୟ ସମୟରେ ଆପଣଙ୍କର ନିର୍ଦ୍ଦେଶ ହିଷ୍ଟ୍ରି ଡିଲିଟ କରନ୍ତୁ। ଏହା ବ୍ୟତୀତ two-factor authentication କୁ ଏନାବଲ କରନ୍ତୁ। ଆପଣଙ୍କ ସ୍ମାର୍ଟଫୋନରୁ ଅନାବଶ୍ୟକ ଡିଭାଇସକୁ ଡିସକନେକ୍ଟ କରନ୍ତୁ।

Comments are closed.