Latest Odisha News

BREAKING NEWS

ଏବେ ଓଡ଼ିଶାରେ ପରୀକ୍ଷା ହେବାର ୪୫ ଦିନ ମଧ୍ୟରେ ପ୍ରକାଶିତ ହେବ ଫଳାଫଳ

ଭୁବନେଶ୍ୱର: ଏବେଠାରୁ ଓଡ଼ିଶାରେ ସରକାରଙ୍କ ପରିଚାଳିତ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ହେଉଥିବା ପରୀକ୍ଷା ହେବାର ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ତେବେ +୩ ପରୀକ୍ଷା ଫଳାଫଳ ଘୋଷଣା ଉପରେ ସବୁଠୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ଏସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବୁଧବାର ଦିନ ଠିକ୍ ସମୟରେ ପରୀକ୍ଷା ଫଳ ଘୋଷଣା ହେବା ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସିଲାବସ ସରିବା ନେଇ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଏନେଇ ଏକ ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟମାନଙ୍କର ଉପ କୂଳପତି ଓ ପରୀକ୍ଷା କଣ୍ଟ୍ରୋଲରମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.