Latest Odisha News

ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଧାୟକଙ୍କ ସମ୍ପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଚାନ୍ଦବାଲି: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶଳା ଓ ଶ୍ୱଶୁର ଚାନ୍ଦବାଲି ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ବିଡିଓ । ଅନ୍ୟପଟେ ଶାସକ ବିଜୁ ଜନତା ଦଳକୁ ସମାଲୋଚନା କରିଛି ବିଜେପି।

ବିଧାୟିକଙ୍କ ସମ୍ପର୍କୀୟଙ୍କ ବିରୋଧରେ ପୁଲିସ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିଜେପି ପ୍ରଶ୍ନ କରିଛି, ଯେଉଁମାନେ ବିଡିଓଙ୍କୁ ହଟାଇବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି।

ଘଟଣା ଘଟିବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କି ସେମାନଙ୍କୁ ପଚରାଉଚରା କରୁନାହିଁ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି। କେବଳ ବିଧାୟକଙ୍କ ଶଳା ଓ ଶ୍ୱଶୁର ହୋଇଥିବାରୁ ସେମାନେ କ’ଣ ଆଇନର ଊର୍ଦ୍ଧ୍ବରେ? ବୋଲି ସେ ପ୍ରଶ୍ନ କରିଛନ୍ତି।

ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ ଥାନାରେ ଦେଇଥିବା ଏତଲାକୁ ପ୍ରତ୍ୟାହାର କରିବେ ନାହିଁ ବୋଲି କହିଛନ୍ତି। ଏନେଇ ବିଡିଓ ଜ୍ୟୋତିବିକାଶ ଦାସ କହିଛନ୍ତି, ମୁଁ ଥାନାରେ ଅଭିଯୋଗ କରିଛି, କେବେବି ପ୍ରତ୍ୟାହାର କରିବି ନାହିଁ।

ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ (ଏସଡିପିଓ) ଦେବୀ ଶଙ୍କର ପ୍ରତାପ କହିଛନ୍ତି ଯେ, ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.