Latest Odisha News

ଏମିତି ଏକ ମାଛ: ଯାହା ଦେଖିବାକୁ ଠିକ୍ ପାଚିଲା ଆମ୍ବ ପରି

ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ଆମ୍ବ ମିଳିଥାଏ । କଲମ୍ବୀ, ଲାଙ୍ଗଡାଠାରୁ ଆରମ୍ଭ କରି ଦୁସେହେରୀ ଆମ୍ବ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଆମ୍ବ ପରି ଏକ ମାଛ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଆମେ ଅନେକ ସମୟରେ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ପାଇଥାଉ । ଯାହାକୁ ଆମେ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ । ଏବେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ପ୍ରଥମ ଦେଖାରେ ସମସ୍ତେ ଏହାକୁ ସାଧାରଣ ଭାବରେ ପାଚିଲା ହଳଦିଆ ଆମ୍ବ ଭାବୁଛନ୍ତି । କିନ୍ତୁ ଯେତେବେଳେ ଏହା ଆଗରୁ ଦେଖାଗଲା, ଏହା ଆମ୍ବ ନୁହେଁ ବରଂ ଏକ ମାଛ ବୋଲି ଜଣାପଡିଛି । ଏହାର ଆଖି ଏବଂ ପାଟି ମଧ୍ୟ ଅଛି । ଏହି ମାଛ ଦେଖିବାକୁ ବହୁତ ସୁନ୍ଦର । ଆମ୍ବ ପରି ଦେଖାଯାଉଥିବା ଏହି ମାଛ ହେଉଛି ଏରୋଥ୍ରନ୍ ମେଲିଗ୍ରିସ୍ । ଏହାର ରଙ୍ଗ ଠିକ୍ ପାଚିଲା ଆମ୍ବ ପରି । ପାଣିରେ ଏହାର ଶରୀର ଫୁଲିଯାଏ । ଏହି ମାଛ ଯେତେ ପାଣି ପିଏ, ସେତେ ଅଧିକ ଫୁଲିଯାଏ । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଲୋକ ଏହାକୁ ପସନ୍ଦ କରିବା ସହ ଦ୍ୱନ୍ଦ୍ୱରେ ବି ପଡ଼ିଛନ୍ତି । ଲୋକମାନେ ଏହା ଉପରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଅନେକ ଲୋକ ଏହାକୁ ଚାଲୁଥିବା ଆମ୍ବ ବୋଲି କହିଛନ୍ତି ।

Comments are closed.