Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, ଡାଲାରେ ୧୬ ଜଣ ଶ୍ରମିକ ଥିଲେ

ମୋହନା: ମଙ୍ଗଳବାର ସନ୍ଧ୍ୟା ସାତଟା ସମୟରେ ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଚମ୍ପାଘାଟିରେ ଏକ ମାକ୍ସ ପିକଅପ ଦୁର୍ଘଟଣାର ଶିକାର ହୋଇଛି। ଗାଡି ଡାଲାରେ ୧୬ ଜଣ ଶ୍ରମିକ ପୁରୁଣାପାଣି ଓ ପେଣ୍ଠା ଗ୍ରାମକୁ ଫେରୁଥିଲେ। ତେବେ ଚମ୍ପାଘାଟିରେ ଗଡୁଥିବା ସମୟରେ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ କରିପାରିନଥିଲା। ଫଳରେ ଗାଡିଟି ପ୍ରଥମ ବୁଲାଣି କାଟି ନପାରି ସିଧା ତଳକୁ ଖସି ପଡିଥିଲା। ଏଥିରେ ୧୩ ଜଣ ଆହତ ହୋଇଥିଲେ।

ବିଘ୍ନ ଗଉଡ (ଏନ ଲକ୍ଷ୍ମୀନାରାୟଣପୁର) ସୁନାମ ରଇତ, ନିରଞ୍ଜନ ଗଉଡ, ଓ ଅଶୋକ ରଇତ(ସମସ୍ତେ ପୁରୁଣାପାଣି) ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ରେଫର କରାଯାଇଛି।

ସୂଚନାଯୋଗ୍ୟ, ଶ୍ରମିକମାନେ ଶବରପଲ୍ଲୀ ପଞ୍ଚାୟତର ଲୁବୁରୁସିଙ୍ଗ ଠାରେ ଏକ ଛାତ କାମକୁ ଆସିଥିଲେ। କାମ ସାରି ଫେରିବା ସମୟରେ ଦୁର୍ଘଟଣାର ସମୁଖିନ ହୋଇଥିଲେ। ଆହତଙ୍କୁ ରା ଉଦୟଗିରୀ ମେଡିକାଲର ସମସ୍ତ ଡାକ୍ତର ଓ ସହଯୋଗୀ ଷ୍ଟାଫ ଆପାତକାଳୀନ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଖବର ପାଇ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ରା ଉଦୟଗିରି ମେଡିକାଲ ଆସି ଆହତଙ୍କୁ ଭେଟିଥିଲେ।

Comments are closed.