ଭୁବନେଶ୍ୱର: ରାଜସ୍ଥାନରେ କ୍ଷମତାକୁ ଫେରିବାକୁ ବିଜେପି ନିଜର ସବୁ ଶକ୍ତି ଖଟାଇବା ଆରମ୍ଭ କରିଛି। କଂଗ୍ରେସ ସରକାରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରୁ ଫାଇଦା ନେବାକୁ ଦଳ ଯୋଜନା କରିଛି।
ଏପରିକି ଏହାକୁ ଏକ ପ୍ରସଙ୍ଗ କରି ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନରେ ପ୍ରଚାର ମଧ୍ୟ କରିଛନ୍ତି। ଏବେ ଲଗାତର ବିଜେପିର ତିନି ଜଣ ପ୍ରମୁଖ ନେତା ରାଜସ୍ଥାନରେ ପ୍ରଚାର କରିବେ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଗୃହ କ୍ଷେତ୍ର ଜୋଧପୁରରେ ଜନସଭା କରିଛନ୍ତି। ସେହିଭଳି ଦିନକ ପରେ ଅର୍ଥାତ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଯେ ପି ନଡ୍ଡା ଭରତପୁରରେ ଓ ତାର ଦିନକ ପରେ ଅର୍ଥାତ ୩୦ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଉଦୟପୁରରେ ଜନସଭାକୁ ଉଦବୋଧନ ଦେବେ।
ତେଣୁ ଲଗାତର ତିନି ଦିନ ବିଜେପିର ତିନିଜଣ ପ୍ରମୁଖ କେନ୍ଦ୍ରୀୟ ଚେହେରା ରାଜସ୍ଥାନରେ ଜୋରଦାର ପ୍ରଚାର କରୁଥିବାରୁ ରାଜସ୍ଥାନ ରାଜନୀତି ବେଶ ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାୱତଙ୍କ ନିଜସ୍ୱ କ୍ଷେତ୍ର ଜୋଧପୁରର ବାଲେଶରରେ ଜନସଭାକୁ ସମ୍ବୋଧିତ କରିଛନ୍ତି ରାଜନାଥ।
ରାଜପୁତ ବହୁଳ ଏହି ଅଞ୍ଚଳରେ ମାହୋଲ ତିଆରି କରିବା ପାଇଁ ବଡ଼ ପ୍ରସ୍ତୁତି କରାଯାଇଛି। ଉଭୟ ରାଜନାଥ ସିଂ ଓ କେନ୍ଦ୍ର ଜଳସକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ହେଉଛନ୍ତି ରାଜପୁତ ନେତା।
ଏପରିକି ରାଜନାଥ ସିଂ ପୂର୍ବତନ ସୈନିକ ମାନଙ୍କୁ ମଧ୍ୟ ଭେଟିଛନ୍ତି। ସେହିପରି ଜେପି ନଡ୍ଡା ୨୯ ତାରିଖରେ ଭରତପୁର ଠାରେ ଦଳର ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ସହ ଜିଲ୍ଲା ପଦାଧିକାରୀଙ୍କ ସହ ବୈଠକ କରିବେ। ନଦଵଇ ବିଧାନସଭା ସିଟ ରେ ନଡ୍ଡା ଜନସଭାକୁ ସମ୍ବୋଧିତ କରିବେ।
ଭରତପୁରରେ ବିଜେପିର କୌଣସି ବିଧାୟକ ନାହାନ୍ତି। ସେପଟେ ଜିଲ୍ଲାର ସାତ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କୁ କଂଗ୍ରେସ ମନ୍ତ୍ରୀପଦ ଦେଇଛି। ତେଣୁ ଭରତପୁରରେ ଭଲ ପ୍ରଦର୍ଶନ ପାଇଁ ଦଳ ଟାର୍ଗେଟ କରିଛି।
ସେହିଭଳି ଜୁନ ୩୦ ତାରିଖରେ ଅମିତ ଶାହା ଉଦୟପୁରରେ ସଭା କରିବେ। ମୋଦିଙ୍କ ୯ ବର୍ଷ ଶାସନ କାଳ ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କହିଲେ ଶାହା।
ଶାହା ଜୟପୁରରେ ଏକ କନକ୍ଲେଭରେ ଯୋଗ ଦେବେ। ସେଠାରେ ଶାହା ମୋଦି ସରକାରଙ୍କ ରିପୋର୍ଟ କାର୍ଡ ଦେବେ। ତେଣୁ ବିଜେପିର ତିନି ପ୍ରଭାବୀ ନେତା ତିନି ଦିନରେ ତିନି ଜଣ ରାଜସ୍ଥାନ ଗସ୍ତ କରୁଥିବାରୁ ବିଜେପି ରାଜସ୍ଥାନକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି।
Comments are closed.