Latest Odisha News

‘ଗଦର ୨’କୁ ଭାରତୀୟ ସେନାର ସବୁଜ ସଙ୍କେତ, ଫିଲ୍ମକୁ ମିଳିଲା ଏନଓସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’କୁ ନେଇ ନୂଆ ସୂଚନା ସାମ୍ନାକୁ ଆସୁଛି। ‘ଗଦର ୨’ ରିଲିଜ ହେବା ପୂର୍ବରୁ ଏହାକୁ ନେଇ ବିବାଦ ହୋଇସାରିଛି। ଅନ୍ୟପଟେ ପ୍ରଶଂସକମାନେ ଫିଲ୍ମର ଟିଜର ଦେଖି ବହୁତ ଖୁସି ମଧ୍ୟ ହୋଇଛନ୍ତି। ଅଗଷ୍ଟ ୧୧ ରେ ରିଲିଜ୍ ପାଇଁ ‘ଗଦର ୨’କୁ ଭାରତୀୟ ସେନା ପକ୍ଷରୁ ମିଳିଛି ଏନଓସି।

ସେନା ଉପରେ ଆଧାରିତ କୌଣସି ପ୍ରକାର ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ, ପ୍ରତିରକ୍ଷା ମନ୍ତ୍ରଣାଳୟ ପୂର୍ବାବଲୋକନ କମିଟିରୁ ଏନଓସି (NOC) ନେବାକୁ ପଡ଼ିଥାଏ। ଏହା ବିନା ଫିଲ୍ମ ରିଲିଜ୍ ହୋଇପାରେ ନାହିଁ। ନିକଟରେ ଚଳଚ୍ଚିତ୍ର ନିର୍ମାତା ସେନା କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ। ସନି ଦେଓଲଙ୍କ ଫିଲ୍ମ ଦେଖିବା ପରେ ଏହାକୁ ବହୁତ ପ୍ରେମ ମିଳିଥିଲା। ଡିଫେନ୍ସ ପ୍ରିଭ୍ୟୁ କମେଡି ମନ୍ତ୍ରାଳୟ ଫିଲ୍ମ ଦେଖିବା ପରେ ତୁରନ୍ତ ‘ଗଦର ୨’କୁ ସବୁଜ ସଙ୍କେତ ଦେଇଥିଲା। ଏହା ବ୍ୟତୀତ ସମସ୍ତେ ଫିଲ୍ମକୁ ବହୁତ ପ୍ରଶଂସା କରିଥିଲେ ଏବଂ ସନ୍ନି ଦେଓଲଙ୍କୁ ଭବିଷ୍ୟତ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଚଳଚ୍ଚିତ୍ରଟି ‘ଗଦର: ଏକ ପ୍ରେମ କଥା’ର ଦ୍ବିତୀୟ ଭାଗ ଯାହା ୨୨ ବର୍ଷ ପୂର୍ବେ ଆସିଥିଲା। ପ୍ରଥମ ଚଳଚ୍ଚିତ୍ର ସହିତ ‘ଗଦର ୨’ ର ଲିଙ୍କ୍ ହୋଇଛି ବୋଲି କୁହାଯାଉଛି।

ପ୍ରଥମ ଚଳଚ୍ଚିତ୍ରରେ ନିର୍ମାତା ଭାରତ ଏବଂ ପାକିସ୍ତାନର ବିଭାଜନର ଦୃଶ୍ୟ ଦେଖାଇବା ସହ ଏକ ପ୍ରେମ କାହାଣୀ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ନିର୍ମାତା ‘ଗଦର ୨’ ମାଧ୍ୟମରେ ସମାନ କାହାଣୀକୁ ଆଗକୁ ବଢାଇବେ ବୋଲି ଜଣାପଡିଛି। ତେବେ ଏହା ମଧ୍ୟ କୁହାଯାଉଛି ଯେ ଏହି ଚଳଚ୍ଚିତ୍ରଟି ବୁଟା ସିଂହଙ୍କ ଉପରେ ଆଧାରିତ, ଯିଏ ବ୍ରିଟିଶ ସେନାର ପୂର୍ବତନ ସୈନିକ ଥିଲେ। ସେ ଜୈନବଙ୍କ ସହ ତାଙ୍କର ଦୁଃଖଦ ପ୍ରେମ କାହାଣୀ ସେୟାର କରୁଥିଲେ। ଦୁଇ ଦେଶ ବିଭାଜନ ସମୟରେ ଜଣେ ମୁସଲମାନ ଝିଅକୁ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ସେ ରକ୍ଷା କରିଥିଲେ।

Comments are closed.