Latest Odisha News

ବନ ବିଭାଗର ଚଢାଉ, ୫ ମାଫିଆ ଗିରଫ, ୪ ହାତୀଦାନ୍ତ ଜବତ

କରଞ୍ଜିଆ: ଚଢ଼ାଉ କରି ହାତୀମାଫିଆଙ୍କୁ ଗିରଫ କଲା ଶିମିଳିପାଳ ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ ହେବ ସହ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ଶିମିଳିପାଳ ଦକ୍ଷିଣ ଡିଭିଜନ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଛଢାଉ ହୋଇଥିଲା। ହାତୀ ଦାନ୍ତ ବିକ୍ରି କରିବା ନେଇ ଡିଲ୍ ହେଉଥିବା ବେଳେ ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀ ମିଶି ଯଶୀପୁରର ଜାମକେଶ୍ୱର ଗାଁରେ ଚଢ଼ାଉ କରିଥିଲେ

ଏହି ଟିମ୍ ୪ଟି ହାତୀଦାନ୍ତ ଜବତ କରିବା ସହ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହାତୀଦାନ୍ତ ବିକ୍ରି କରିବା ଲାଗି ମସୁଧା ଚଳାଇଥିଲେ। ଏନେଇ ଅଧିକ ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ବାରିପଦାକୁ ନିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.