Latest Odisha News

BREAKING NEWS

କୃତ୍ରିମ ବନ୍ୟାକୁ ସାମ୍ନା କରିବା ପାଇଁ ଏଆଇର ନୂଆ ଉଦ୍ୟମ : ଏମିତି ଗାଡ଼ି, ଯାହା ପାଣିରେ ଚାଲିବ

ମୁମ୍ବାଇ: ଏବେ ସାରା ଦେଶରେ କୃତ୍ରିମ ବନ୍ୟା ବିତ୍ପାତ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଏହି ବନ୍ୟା ଯୋଗୁ ଘରଦ୍ୱାର ନଷ୍ଟ ହେବାସହିତ ଜୀବନଯାତ୍ରା ବ୍ୟାହତ ହେଉଛି । ଦେଶରେ ମାୟାନଗରୀ ଭାବେ ପରିଚିିତ ମୁମ୍ବାଇରେ ଏହି ଅବସ୍ଥା ଅତ୍ୟନ୍ତ ସଙ୍ଗୀନ । ସାମାନ୍ୟ ବର୍ଷା ହେଲେ ବୁଡିଯାଉଛି ପୁରା ମୁମ୍ବାଇ ସହର । କେବଳ ତଳିଆ ଅଞ୍ଚଳ ନୁହେଁ ମୁମ୍ବାଇର ଅଧିକାଂଶ ଇଲାକାରେ କୃତ୍ରିମ ବନ୍ୟାର ତାଣ୍ଡବ । ତେବେ ଏଭଳି ସ୍ଥିତିରେ ଲୋକମାନେ କିଭଳି ବନ୍ୟା ଅଞ୍ଚଳରୁ ବାହାରକୁ ଆସିପାରିବେ ତାକୁ ନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା ଏଆଇ ପକ୍ଷରୁ ଏକ କଳ୍ପନାଜନିତ ଉଦ୍ୟମ ଆରମ୍ଭ କରାଯାଇଛି । ଉଦ୍ୟମ ସ୍ୱରୂପ ରାସ୍ତାଘାଟରେ ପାଣି ଜମି ରହିଲେ କିଭଳି ସୁରକ୍ଷିତ ଭାବେ କାର, ବସ, ବାଇକ, ଅଟୋରେ ଯାଇପାରିବେ ତାର ଏକ ଭିଡ଼ିଓ ଜାରି କରାଯାଇଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସାମାନ୍ୟ ବର୍ଷା ହେଲେ ମୁମ୍ବାଇ ସହର ପାଣିରେ ବୁଡ଼ିଯାଏ । କିନ୍ତୁ ଏବେ ମୁମ୍ବାଇ ସହରବାସୀଙ୍କ ଏହି ଦୁଃଖ ଦୂର ହେବାକୁ ଯାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା ଏଆଇ ନିକଟରେ ଏକ ଫଟୋ ସେୟାର କରିଛି, ଯେଉଁଥିରେ କିଛି ଗାଡ଼ିର କଳ୍ପନା କରାଯାଇଛି । ଏଆଇ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଫଟୋରେ ବହୁ ଲୋକ ଏକ ଗାଡ଼ିରେ ବସିଛନ୍ତି । ଗାଡ଼ିଟି ବୋଟ ପରି ଦେଖାଯାଉଛି । ଫଳରେ ଗାଡ଼ି ଭିତରେ ପାଣି ପଶି ପାରିବ ନାହିଁ । ଏଥିରେ ଲୋକେ ଆରାମରେ ଯାଆସ କରିପାରିବେ । ଆଉ କିଛି ଫଟୋରେ ଏକ ଅଟୋ, ବାଇକ୍ ରହିଛି, ଯାହା ଏକ ବେଲୁନ ଭିତରେ ରହିଛି । ଏହା ମଧ୍ୟ ଆରାମରେ ବର୍ଷା ପାଣିରେ ଚାଲିପାରୁଛି । ଏପରି ଗାଡ଼ି ସତରେ ବଜାରକୁ ଆସିଲେ, ମୁମ୍ବାଇ ସହରବାସୀଙ୍କ ଦୁଃଖ ଦୂର ହେବ ବୋଲି ଲୋକେ ମତ ଦେଇଛନ୍ତି ।

Comments are closed.