Latest Odisha News

BREAKING NEWS

ଆଶେସ ସିରିଜ: ଗୁରୁତ୍ୱପୂର୍ଣ୍ଣ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଧକ୍କା, ଓହରିଲେ ଓଲୀ ପୋପ

ଲଣ୍ଡନ: ଚଳିତ ଆଶେସ ସିରିଜରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ୪ ଜୁଲାଇରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଇଂଲଣ୍ଡ ପାଇଁ କର ବା ମର ମୁକାବିଲା ପୂର୍ବରୁ ଦଳକୁ ଶକ୍ତ ଧକ୍କା ଲାଗିଛି । ଉପ ଅଧିନାୟକ ଓଲୀ ପୋପ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ୨୫ ବର୍ଷୀୟ ପୋପଙ୍କ କାନ୍ଧ ଖସି ଯାଇଛି । ସ୍କାନ ରିପୋର୍ଟ ପାଇବା ପରେ ଡାକ୍ତର ସର୍ଜରୀ ପାଇଁ ପରାମର୍ଶ ଦେଇଛନ୍ତି । ଇଂଲଣ୍ଡ ପକ୍ଷରୁ ଏ ପର୍ଯ୍ୟନ୍ତ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯାଇ ନାହିଁ ।

ପୋପ ପ୍ରଥମ ଟେଷ୍ଟରେ ୩୧ ଓ ୧୪ ଏବଂ ଦ୍ୱିତୀୟ ଟେଷ୍ଟରେ ୪୨ ଓ ୩ ରନର ଇନିଂସ ଖେଳିଥିଲେ । ତୃତୀୟ ଟେଷ୍ଟରେ ବିଜୟ ହାସଲ କରି ଇଂଲଣ୍ଡ ସିରିଜରେ ତିଷ୍ଠି ରହିବା ପାଇଁ ଚାହିଁବ । ଅଷ୍ଟ୍ରେଲିଆର ଫର୍ମ ଏବଂ ପ୍ରଦର୍ଶନ ବିଚାରକୁ ନେଲେ ଇଂଲଣ୍ଡକୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ ।

Leave A Reply

Your email address will not be published.